-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
19-Feb-2025
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅଧିନସ୍ତ କୁସଂଗ ଠାରେ ଗ୍ରାମ୍ୟ ବିକାଶ କମିଟି ର ସଭାପତି ପ୍ରଶାନ୍ତ କୁମାର ପଟେଲ ଙ୍କ ସଭାପତିତ୍ୱ ରେ 34 ନମ୍ବର ଜୋନ କୁସଂଗ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l କିଛିଦିନ ପୂର୍ବରୁ ସରଗାଡ଼ ଠାରେ ନୂତନ ବ୍ଲକ ଗଠନ ଦାଵୀ ନିମନ୍ତେ ସରପଞ୍ଚ ସମିତି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି କୁସଂଗ ଠାରେ ଗ୍ରାମ୍ୟ କମିଟି ତଥା ବୁଦ୍ଧିଜୀବୀ, ସରପଞ୍ଚ ସମିତି, ଆଶା, ଅଙ୍ଗନବାଡି ଓ ଏସଏଚଜୀ ମହିଳାଙ୍କୁ ଦେଖିବାକୁ ମିଳିଥିଲା l ଗ୍ରାମ୍ୟ କମିଟି ସଭାପତି ପ୍ରକାଶ କଲେ ଯେ 1993 ମସିହାରୁ ବ୍ଲକ ଗଠନ ପାଇଁ ପ୍ରସ୍ତାବ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଏହାସହ କୁସଂଗ ଠାରେ ମୌଳିକ ସୁବିଧା ଯାହାକି ସ୍କୁଲ, କଲେଜ, ହସ୍ପିଟାଲ ତଥା ସରକାରୀ ଜମି ଉପଲବ୍ଧ ଅଛି ଏଣୁ ଏଠାରେ ବ୍ଲକ ହେଲେ ଜୋନ 34 ର 11 ଟି ପଂଚାୟତ ସମେତ ଆଖପାଖ ପଂଚାୟତ ପାଇଁ ସୁବିଧା ହେବବୋଲି କମିଟି ସଦସ୍ୟ ପ୍ରକାଶ କରିଥିଲେ l ଦେଖାଯାଉ ସରକାର ନୂତନ ବ୍ଲକ ବା ପଂଚାୟତ ସମିତି କେଉଁଠାରେ ସ୍ଥାପିତ କରୁଛନ୍ତି l ଆଜିର ବୈଠକ ରେ ଉପସ୍ଥିତ ଥିଲେ ଗୌନ୍ତିଆ ବୃନ୍ଦାବନ ପଟେଲ, କୁସଂଗ ସରପଞ୍ଚ ଗୀତାଞ୍ଜଳି ପଟେଲ, ଗୋଲକବିହାରୀ ପଟେଲ, କରୁଣାକର ପଟେଲ, ସୋମନାଥ ପଟେଲ, ଦୀପାଞ୍ଜଳି ସାଏ, ସରପଞ୍ଚ ସଞ୍ଜୟ ଗଡ଼ତିଆ, ସଦାଶିବ କନ୍ଧେର, ସୁରେନ୍ଦ୍ର ଛତ୍ରିଆ ପ୍ରମୁଖ l