-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
19-Feb-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରାଯାଇ ବୀମା , ଟିକସ ଓ ଫିଟନେସ ନଥିବା ଅଭିଯୋଗ ରେ ୧୧ ଟି ଗାଡିକୁ ଯାଞ୍ଚ କରି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଯଥା ଡୁଙ୍ଗୁରିପାଲି ଥାନା , ରାମପୁର ଥାନା, ବିନିକା ଥାନା ଓ ମହାଦେବପାଲି ଫାଣ୍ଡି ରେ ଜବତ କରି ରଖା ଯାଇଥିଲା I ସନ୍ଧ୍ୟା ସୁଦ୍ଧା ସମସ୍ତ ଗାଡି ମାଲିକଙ୍କ ଠାରୁ ସର୍ବମୋଟ ୩ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଇ ଗାଡି ଗୁଡିକ ହସ୍ତାନ୍ତର କରାଗଲା I ଉକ୍ତ ତନଖି ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା , ମୋଟର ଯାନ ନିରୀକ୍ଷକ ଶ୍ରୀ ବିଶ୍ୱରଞ୍ଜନ ସାହୁ ଓ ଟ୍ରାଫିକ ସବ ଇନ୍ସପେକଟର ମିସ ପୂଜା ଭେଙ୍ଗରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗାଡି ସବୁ ଜବତ କରାଯାଇଥିଲା I