-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ବାସହୀନ ସାଇବାନିଙ୍କ ସରୁନି ଜୀବନ ଯନ୍ତ୍ରଣାର ଯାତ୍ରା

04-Feb-2025



ଅତାବିରା, (ଆକାଶ ମିଶ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ପାଚେରୀ କୁ ଲାଗି ରହିଥିବା ଏକ ସରକାରୀ ଜାଗାରେ ଏକ କୁଡ଼ିଆ ଘର  ରହନ୍ତି ୬୪ ବର୍ଷର ଆଦିବାସୀ ବୃଦ୍ଧା ସାଇବାନି ବରିହା । ଦୀର୍ଘ ୪୦ ରୁ ଉର୍ଦ୍ଧ୍ବ ବର୍ଷ ହେଲା ସେ ଏଠାରେ ରହି ଆସୁଛନ୍ତି ।ତାଙ୍କର ଚାରି ଝିଅ ଓ ଗୋଟିଏ ପୁଅ । କୁଲି  ମଜୁରୀ କାମ କରି ଚାରି ଝିଅ ଙ୍କୁ  କଷ୍ଟେ ମଷ୍ଟେ ବିବାହ ଦେବା ପରେ ସେ ସର୍ବ ସ୍ଵlନ୍ତ ହୋଇ ପଡିଲେ। ଝିଅ ମାନଂକ ବିବାହ ପାଇଁ କରିଥିବା ଧାର ଟଙ୍କା ଶୁଝିବା ପାଇଁ ସ୍ବାମୀ କୁମର ବରିହା (୮୦)  ଙ୍କ ସହ ଆଗ ଅପେକ୍ଷା ଅଧିକ  କୁଲି ମଜୁରୀ କରି  ପରିଶ୍ରମ କରିବାକୁ ପଡିଲା । ପରିଣତ ବୟସରେ ଅଧିକ ପରିଶ୍ରମ  କରିବା  ଫଳରେ   କୁମର ବରିହା ଙ୍କୁ ପକ୍ଷାଘାତ ରୋଗ ଆକ୍ରମଣ କଲା ।ଏବେ ସେ  ଆଉ କିଛି କରି ପାରୁ ନାହାନ୍ତି । ପୁଅ  ଯାଇଛି ତାମିଲନାଡୁ କୁ ଦାଦନ ଖଟିବାକୁ ପାଇଁ । ସାଇବାନି ଏବେ ଏକା । ନା  ସ୍ଥାୟୀ ଘର ଖଣ୍ଡିଏ ଅଛି , ନା ହାତରେ ପଇସା ।ସ୍ବାମୀ ଙ୍କୁ ଛାଡି ସେ ମଜୁରୀ ପାଇଁ ବି କୁଆଡେ ଯାଇପାରୁ ନାହାନ୍ତି । କେବଳ ୧୦୦୦ ଟଙ୍କା ଭତ୍ତା ପଇସା ଓ ୩୫ କେଜି ଚାଉଳ  ତାଙ୍କର ଏକମାତ୍ର ସାହାରା ।ସ୍ବାମୀ କୁମର ବରିହା ଙ୍କୁ ୮୦ ବର୍ଷ  ।ହେଲେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି  ମିଳୁନି  ,କି ଚାଉଳ ବି  ମିଳୁନି ।  ଏତିକି ମାତ୍ର ସମ୍ବଳ ରେ ସାଇବlନି ସ୍ଵାମୀଙ୍କ  ଔଷଧ ,ଲୁଗାପଟା ସହ ପରିବାର  ପାଇଁ ତେଲ ଲୁଣ କରୁଛନ୍ତି । ବର୍ଷା ଦିନରେ ଘରେ ପାଣି ଗଲେ, ତାକୁ ଭଳ ଭାବରେ ଟିକେ ମରାମତି କରିବା ପାଇଁ ମଧ୍ୟ   ତାଙ୍କ ପାଖରେ ନା ଅର୍ଥ ଅଛି ନା  ସାମର୍ଥ୍ୟ ଅଛି ।
ଯେଉଁ ମାନେ ବହୁ ବର୍ଷ ଧରି ସରକାରୀ ଜାଗାରେ ଅସ୍ଥାୟୀ ଭାବରେ ରହୁଛନ୍ତି, ତାଙ୍କୁ ସରକାର  ଜାଗା ମିଶନ ରେ ସାମିଲ କରି  ଜମି ପଟ୍ଟା  ପ୍ରଦାନ କରୁଛନ୍ତି । ମୋ କୁଡିଆ ଯୋଜନା, ଇନ୍ଦିରା ଆବାସ ଆଦି ଅନେକ ଯୋଜନାରେ ଘର ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ହେଲେ ସାଇବାନି ଙ୍କ ପାଇଁ ତାହା ସପ୍ନ ହୋଇଛି ।ଏଥିପାଇଁ ସେ ରାଜସ୍ବ ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇ  ସାରିଛନ୍ତି । ଘର ଖଣ୍ଡିଏ ପାଇଁ , ଯେଉଁ ସରକାରୀ ବାବୁଙ୍କୁ ଦେଖିଲେ, ପ୍ରଶାସନିକ ଅଧିକାରୀଙ୍କୁ ଦେଖିଲେ  ସାଇବlନି  ନେହୁରା ହୋଇଥାନ୍ତି ,  ଏହାକୁ ଦେଖିଲେ  ଲାଗେ, ସରକାରୀ ଯୋଜନା ପ୍ରକୃତରେ  ବାଟ ବଣା । ସାଇବାନୀ ଙ୍କ ପରି  ଯିଏ ପ୍ରକୃତରେ ହିତାଧିକାରୀ, ସେମାନଙ୍କ ପାଖକୁ ପହଞ୍ଚି ପାରୁନି । କିନ୍ତୁ ସରକାରୀ ଯୋଜନାରେ ଅନେକ ଲୋକ  ମାଳାମାଲ୍ । ବାସ ଖଣ୍ଡିଏ ପାଇଁ ଆଜି ସାଇବାନି କେତେ ନେହୁରା  ହେଉଛନ୍ତି ,କାଉନସିଲର ଠାରୁ ଆରମ୍ଭ କରି ବିଧାୟକ ଙ୍କ ପର୍ଯ୍ୟନ୍ତ ।ହେଲେ ସବୁ କିଛି ବ୍ୟର୍ଥ । ଯୋଜନା କେଉଁଠି ବାଟବଣା,ଜଣା ପଡୁନି !  ରାଜସ୍ବ ଅଧିକାରୀ ଙ୍କୁ ମଧ୍ୟ ଜଣାଇବାର ୪/୫ ମାସ ବିତି ଗଲାଣି, ଶେଷରେ ସେ ନିରାଶ ହୋଇ ପଡିଛନ୍ତି ।ଏବେ ତାଙ୍କର ମଝିଆ ଝିଅ ଆସି ପାଖରେ ରହି କିଛି ସାହାଯ୍ୟ କରୁଛି,ହେଲେ ତାର ମଧ୍ୟ ପରିବାର ଅଛନ୍ତି, ସେ କଣ ସବୁ ଦିନ ବାପ ମାଆଙ୍କ ସେବା କରିପାରିବ  ବୋଲି ସାଇବlନି କହିଥାନ୍ତି । ଅତ୍ୟନ୍ତ ପକ୍ଷେ ଭଳ ଘର ଖଣ୍ଡିଏ ହେଲେ ବି ଶୀତ  ବର୍ଷାରୁ ରକ୍ଷା ପାଇଁ ପାରନ୍ତା । ତେବେ ଦେଖାଯାଉ  ସାଇବlନି ଙ୍କୁ ଆଉ କେତେ ଦିନ ସଂଘର୍ଷ କରିବାକୁ ପଡୁଛି,  ଆଗ ଆୟୁଷ ସରୁଛି ନା  ସଂଘର୍ଷ  ର ଅନ୍ତ ହେଉଛି ?


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like