-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ବରୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ ଯୋଗଦେଇ ଲୋକ ମାନଙ୍କ ଅଭିଯୋଗ ପଚାରି ବୁଝିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ବରୀ ବିଡ଼ିଓ ଅସିତ୍ କୁମାର ମହାନ୍ତି, ଏ ବିଡ଼ିଓ ମହେଶ୍ବର ସେଠୀ, ସରପଞ୍ଚ ସୋନାଲି ସିଂ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଲକ୍ଷ୍ମୀକାନ୍ତ ମହାରଣା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରି ରଞ୍ଜିତ କୁମାର ଜେନା, ଡିଇଓ ଆଲୋକ ଅଧିକାରି, ଉଦ୍ୟାନ କୃଷି ଅଧିକାରିଣୀ ମୋନାଲିସା ଅଧିକାରିଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଡିଇଓ ପୂର୍ଣ୍ଣିମା ଖଣ୍ଡାୟି ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୫୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି। ପଞ୍ଚାୟତ ପକ୍ଷରୁ ଅଭିଯୋଗ କାରୀଙ୍କ ପାଇଁ ପାନୀୟ ଜଳ ଏବଂ ଶୌଚାଳୟର ବ୍ୟବସ୍ଥା କରା ଯାଇଥିଲା। ସରପଞ୍ଚଙ୍କ ପ୍ରତିନିଧି ମନୋଜ ସିଂ ଉପସ୍ଥିତ ରହି ଶିବିର ପରିଚାଳନାର ସମସ୍ତ ବନ୍ଦୋବସ୍ତ କରିଥଲେ।