-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
ବଲାଙ୍ଗିର(ପ୍ରେରଣା ଖବର): ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ ସିଲଟ ଲିଗ୍ ଇଷ୍ଟ ଜୋନ ର ଚମ୍ପିୟାନସିପ ଜାନୁଆରୀ ୩୧ ତାରିଖରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ବିଲାସପୁରର ବହତ୍ତରାଇ ଠାରେ ଥିବା ଲେଟ ପି ଆର ଯାଦବ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଇଷ୍ଟଜୋନର ପାଞ୍ଚୋଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଛତିଶଗଡ, ୱେଷ୍ଟ ବେଙ୍ଗଲ ଏବଂ ବିହାର ଅଂଶଗ୍ରହଣ କରିଥିଲେ।ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବାଳିକା ଏହି ଚମ୍ପିୟାନସିପରେ ଅଂଶଗ୍ରହଣ କରି ଥିଲେ।ଓଡ଼ିଶାରୁ ୭୫ ଜଣ ଝିଅ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସବ୍ ଜୁନିୟରରେ ବଲାଙ୍ଗିର ପେଞ୍ଚାକ୍ ସିଲଟ ଆସୋସିଏସନ୍ ର ଝିଅ କ୍ରିତିକା ଅଗ୍ରୱାଲ ଅଂଶଗ୍ରହଣ କରି ତୁଙ୍ଗଲ ରେ ରୌପ୍ୟ ପଦକ ସହ ୪୦୦୦ ଟଙ୍କାର ଚେକ୍ କେସ ଏୱାର୍ଡ ହାସଲ କରିଥିଲେ। ଗୁରୁ ପ୍ରଶାନ୍ତ ପାତ୍ର ଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପେଂଚାକ ସିଲଟ ଆସୋସିଏସନ୍ ର ମାତ୍ର ଜଣେ ଝିଅ ଅସ୍ମିତା ଖେଲୋ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଲାଙ୍ଗିରର ଗର୍ବ ଗୌରବ ଅକ୍ଷୁର୍ଣ୍ଣ ରଖିଥିଲେ।କ୍ରିତିକାଙ୍କ କୃତିତ୍ୱ ପାଇଁ ତାଙ୍କର ଶୁଭେଚ୍ଛୁ,ପରିବାର,ବନ୍ଧୁ ବର୍ଗ ଏବଂ ବଲାଙ୍ଗିର ପେଂଚାକ୍ ସିଲଟ ଆସୋସିଏସନ୍ ର ସଭାପତି ମହେନ୍ଦ୍ର କୁମାର ଦର୍ଜି ଙ୍କ ସହ ଆସୋସିଏସନ୍ ର ସମସ୍ତ ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।