-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Feb-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ବଲାଙ୍ଗୀର ପ୍ରେସଏକାଦଶ ଓ ବିଜେପି ଯୁବମୋର୍ଚ୍ଚା ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବମୋର୍ଚ୍ଚା ଏକାଦଶ ବିଜୟୀ ହୋଇଛି । ପ୍ରେସଏକାଦଶ ଟସଜିଣି ବ୍ୟାଟିଂ ଆରମ୍ଭ କରି ୧୦ଓଭରରେ ୧୦୮ ରନ ସଂଗ୍ରହ କରିଥିଲା । ଯୁବମୋର୍ଚ୍ଚା ଟିମ ଦ୍ୱିତୀୟପାଳିରେ ବ୍ୟାଟିଂକରି ୬ ଓଭରରେ ମାତ୍ର ଗୋଟି ୱିକେଟ ହରାଇ ୧୦୯ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲଙ୍କ କ୍ୟାପୋଟେନସିପରେ ଖେଳିଥିବା ଏହି ଟିମରେ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦେବବ୍ରତ ନିନା,ଅପ୍ରମିତ ପରିଚ୍ଛା,ପାର୍ଥ କରଣ,ସୁରେନ୍ଦ୍ର ପଣ୍ଡା,ଚୁଡାମଣୀ ବାରିକ,ପିଙ୍କୁ ମହାକୁଡ,ଶିବା ସିଂଦେଓ,ଧର୍ମରାଜ ଜାନୀ,ରଂଜନ,ବୁଲୁ ସାଗର,ରଶ୍ମୀ ବାରିକ ପ୍ରମୁଖ ଖେଳି ଜିଣାଇଥିଲେ ।