-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ଗ୍ରାମରେ ବୁଧବାର ସକାଳେ ଘର ଛାତ ସିଡ଼ି ଉପରୁ ଖସି ପଡି ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ଲଳିତ ପୂଜାରୀ(୫୫)। ସେ ଘର ଛାତ ଉପରେ ନିଜ ସମ୍ପର୍କୀୟଙ୍କ ସହିତ ଫୋନରେ କଥା ହୋଇ ଛାତ ସିଡିରେ ତଳକୁ ଓହ୍ଲାଇ ଆସୁ ଥିବା ବେଳେ ଅସତରର୍କତା ବଶତଃ ସିଡିରୁ ଖସି ପଡି ଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନା ଆଣି ଚିକିତ୍ସା କରି ଥିଲେ ହେଁ ଡାକ୍ତର ଗୁରୁତର ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ।