-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ରେଢ଼ାଖୋଲ, (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ କାୟକଳ୍ପ ଟିମ ବୁଧବାର ପରିଦର୍ଶନ କରିଛନ୍ତି। ଏହି ଟିମ ଡାକ୍ତରଖାନାର ସ୍ୱଚ୍ଛତା ,ପରିଚାଳନା ସମେତ ବିଭିନ୍ନ ସମସ୍ୟା, ଭିତ୍ତିଭୂମି ଆଦି ଉପରେ ପରିଦର୍ଶନ କରିଛନ୍ତି। ଉପଖଣ୍ଡ ଅଧୀକ୍ଷକ ବିପିନ ବିହାରୀ ସାହୁ ସମେତ ଡାକ୍ତରଖାନାର ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ପରିଦର୍ଶନରେ ଆସି ଥିବା କାୟାକଳ୍ପ ଟିମକୁ ସ୍ୱାଗତ କରିଥିଲେ । ଏହି ଟିମରେ ଅତିରିକ୍ତ ପ୍ରଫେସର ଏମ୍ସ ଭୁବନେଶ୍ୱର ଡ଼ ପ୍ରଭାସ ରଞ୍ଜନ ତ୍ରିପାଠୀ, ଏଡି(ସିଆଇ ଏଚ ଏଫ ଡବ୍ଳୁ) ପ୍ରଦୀପ କୁମାର ପାଢ଼ୀ , କଂସଲାନ୍ଟ ଏଏଚ ଚନ୍ଦନେସ ମିଶ୍ର ପ୍ରମୁଖ ସାମିଲ ହୋଇ ଡାକ୍ତରଖାନାର ସ୍ୱଚ୍ଛତା ଓ ବିଭିନ୍ନ ସମସ୍ୟା ସବୁକୁ ପରିଦର୍ଶନ କରି ବୁଝିବା ସହ ରୋଗୀ ସେବା ଉପରେ ପଚାରି ବୁଝି ଥିଲେ । ।
ସେମାନେ ରେଢ଼ାଖୋଲ ଡାକ୍ତରଖାନା ପହଞ୍ଚି ଆନୁସଙ୍ଗିକ ବ୍ୟବସ୍ଥା ସହ ପରିବେଶ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଡାକ୍ତରଖାନା କେନ୍ଦ୍ରର ପରିଚାଳକ ଦୀପକ କୁମାର ନନ୍ଦ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ