-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ଖଣ୍ଡପଡା,(ପ୍ରଦୀପ କୁମାର ପଣ୍ଡା)- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧିନ କିଆଝର ଗ୍ରାମର ଲକ୍ଷ୍ମଣ ଲେଙ୍କାଙ୍କ ୬ବର୍ଷର ପୁଆ ଲୁଡୁ ମଙ୍ଗଳବାର ଅପରାହ୍ନ ୩ଟାରୁ ଘରଛାଡି କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାଯାଇଛି । ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେହେଁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନିଖୋଜ ବାଳକଟିର କୈାଣସି ଖୋଜଖବର ମିଳି ପାରି ନାହିଁ । ଏନେଇ ପରିବାରବର୍ଗ ଆଶା ଆଶଙ୍କାରେ ଦିନ କାଟୁଥିବା ବେଳେ ନିଖୋଜ ବାଳକର ପିତା ଖଣ୍ଡପଡା ଥାନାରେ ସନ୍ଧ୍ୟା ୮ଟାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଅଧାରରେ ଆଇଆଇସି ବିଶ୍ୱଜିତ ରାଉତରାୟ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ କରିଥିବା ଖଣ୍ଡପଡା ଥାନା ସୁତ୍ରରୁ ଜଣାପଡିଛି । ସୂଚନା ଯୋଗ୍ୟ ନିଖୋଜ ବାଳକଟି ଭିନ୍ନକ୍ଷମ ଅଟେ ।