-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2025
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ): ଦୀର୍ଘ ମାସ ହେଲା ଟିଉବ୍ ଟାୟାର ନଥିବା ଯୋଗୁଁ ଦାରିଙ୍ଗବାଡି ଠାରୁ ଫୁଲବାଣୀ ଯାତ୍ରୀ ବାହି ଲକ୍ଷ୍ମୀ ବସ୍ ଦାରିଙ୍ଗବାଡି ପଥପ୍ରାନ୍ତ ନିକଟରେ ପଡ଼ିରହିଛି I ଗାଡ଼ିର ଗୋଟିଏ ପାର୍ଶ ର ଟାୟାର ମଧ୍ୟ ଖୋଲି ଛନ୍ତି କିନ୍ତୁ ଟାୟାର ନାହିଁ I ଯାହାର ଗାଡ଼ି ନମ୍ବର OD 12 F 4652 ଗାଡ଼ି ଦୀର୍ଘ ମାସ ହେଲା ଠିଆ ହୋଇ ରହିଲା ଯାହାରୀ ଫଳରେ ଯାତ୍ରୀମାନେ ଅସୁବିଧା ଭଗୁଛନ୍ତି ଏଣୁ ଓଡ଼ିଶା ସରକାର ନବୀନ ପଟ୍ଟନାୟକ ଲୋକଙ୍କ ଉପକାର ପାଇଁ ଯୋଗାଇ ଦେଇଥିଲେ ହେଲେ ବର୍ତ୍ତମାନ ସରକାର ବଦଳିବାରୁ ଜନ ସାଧାରଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏଣୁ ବର୍ତ୍ତମାନ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଉଛି I ଏହି ବସ୍ ଯେତେ ବେଳେ ବ୍ଲକ୍ ସହରୁ ଜିଲ୍ଲା ମହକୁମାକୁ ଯାତାୟତ କରୁଥିଲା ସେହି ସମୟରେ ଯାତ୍ରୀମାନେ ଉଚିତ୍ ମୂଲ୍ୟରେ ଯାତ୍ରା କରୁ ଥିଲେ କିନ୍ତୁ କିଛି ମାସ ହେବ ଯାନ୍ତ୍ରିକ ତ୍ରୁଟି ମରାମତି ଅଭାବ ଯୋଗୁ ଚଳାଚଳ ଠପ୍ ହୋଇଥିବାର ଯାତ୍ରୀମାନେ ଅଧିକ ମୂଲ୍ୟ ଦେଇ ଯାତ୍ରା କରୁଥିବାର ଜନ ସାଧାରଣ କହିଛନ୍ତି I ଜନସାଧାରଣ ଅଧିକାଂଶ ସରକାରୀ ବସ୍ ରେ ନିର୍ଭର କରିଥାନ୍ତି ଉଚିତ୍ ମୂଲ୍ୟରେ ଯାତ୍ରା ପାଇଁ ହେଲେ ଦୀର୍ଘ ମାସ ହେଲା ଓଡ଼ିଶା ରାଜ୍ୟ ପରିବହନ ବିଭାଗ ମଧ୍ଯ ସେହି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା କୁହାଯାଉଛି I