-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
28-Jan-2025
ତୁଷୁରା (ପଞ୍ଚାନନ ନାଏକ )ଦେଓଗାଁ ବ୍ଲକ ଅଧିନସ୍ଥ ଉପରଝର କ୍ଲଷ୍ଟର୍ ସ୍ତରୀୟ "ନିପୁନ୍ ଓଡ଼ିଶା ମେଳା" ସିଆର୍ସିସି ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ କବିରାଜ ମାଝୀ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ ଓ ଏବିଇଓ ତଥା ବିଆର୍ସିସି ଅଜିତ କୁମାର ମିଶ୍ର ମେଳାକୁ ପରିଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ନାଏକ, ପ୍ରଧାନ ଶିକ୍ଷକ ପ୍ରେମରାଜ ନାଏକ, ଲମ୍ବୋଦର ହୋତା, ସିଆର୍ସିସି ସୁଶାନ୍ତ ମହାନ୍ତି, ବୀରେନ୍ଦ୍ର ପ୍ରଧାନ, ଜଗଦୀଶ ପ୍ରଧାନ, ମଣ୍ଟୁ ଶାମଲ, ନିର୍ମଳା ସାହୁ ଯୋଗ ଦେଇଥିଲେ। କ୍ଲଷ୍ଟର୍ ର ୧୧ ଟି ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ୍ବ ଶିକ୍ଷଣ ଉପକରଣ ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନିପୁନ ଓଡ଼ିଶା ସଂଗୀତ ଗାନ ଓ ଶପଥ ପାଠ କରାଯାଇଥିଲା ।