-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଦ ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା ପାଇଲେ ଶ୍ରେଷ୍ଠ ବିଧାୟକ ସମ୍ମାନ

25-Jan-2025



“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ,  ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ଏ ମନ୍ତ୍ର ନେଇ ଅନୁଗୁଳ ରାଜନୀତି ଆକାଶରେ ନୂଆ କାହାଣୀ ଲେଖିଥିବା ଜନପ୍ରିୟ ନେତା ତଥା ଅତି ଆପଣାର ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ସମସ୍ୟାରେ ଜର୍ଜରିତ ଛେଣ୍ଡିପଦାକୁ ଏକ ନୂଆ ସୋପାନରେ ପ୍ରବେଶ କରାଇ ବିକାଶର ନୂଆ ଉଡାଣ ଭରିବାକୁ ଉଦ୍ୟମରତ ବିଧାୟକ ହେଉଛନ୍ତି ଶାନ୍ତ, ସରଳ ମଣିଷ ଅଗସ୍ତି ବେହେରା । ୨୦୨୪ ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ରେକର୍ଡ କରିବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ସେ ଆଗେଇ ଚାଲିଛନ୍ତି । ତାଙ୍କ କାର୍ଯ୍ୟଶୈଳୀ ଓ ସେବା ମନୋଭାବ ପାଇଁ ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ତାଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯାଇଛି । ୨୫ ତାରିଖରେ ମହାମହିମ ରାଜ୍ୟପାଳ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।  

ଛେଣ୍ଡିପଦା ରାଜନୀତିରେ ଓ୍ୱାନ୍ ପିସ୍ ଲିଡର୍ ଅଗସ୍ତି ବେହେରା । ଲୋକନୀତିରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ଧୂରୀଣ । ସାନରୁ ବଡ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ଖଣିଖାଦାନ ଦୃଷ୍ଟିରୁ ରାଜ୍ୟରେ ଛେଣ୍ଡିପଦାର ବିଶେଷ ଗୁରୁତ୍ବ ରହିଛି । ଏହି ମାଟିରୁ ପୂର୍ବ ସରକାର ଯେତିକି ରାଜସ୍ବ ନେଉଥିଲେ ଲୋକଙ୍କୁ ସେତିକି ଭେଟିଦେବାରେ ବିଫଳ ହେଇଛନ୍ତି । ରତ୍ନଗର୍ଭା ହୋଇ ବି ଛେଣ୍ଡିପଦା ମାଟି ଥିଲା ଗରିବୀର ପରିଚୟ । ଛେଣ୍ଡିପଦାର ବିକାଶକୁ ତତ୍କାଳୀନ ସରକାର ଗୁରୁତ୍ବ ନଦେବା ବେଶୀ ବାଧିଥିଲା ମାଟିର ପୁଅ ଅଗସ୍ତିଙ୍କୁ । ଏଣୁ ବିଜେଡି ବିରୋଧରେ ରଣହୁଙ୍କାର ଦେବା ସହ ମାଟିମାଆ ପାଇଁ ଜୋରଦାର ଲଢେଇ କରିଥିଲେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ମୋଳିକ ସେବା ପାଇଁ ଲଢେଇ କରିଥିଲେ । ଚାଷୀ, ଯୁବକ, ମହିଳା ଓ ଛାତ୍ରଛାତ୍ରୀଙ୍କ ସ୍ବର ସାଜି ଘରେ ଘରେ ପହଞ୍ଚିଥିଲେ । ଶେଷରେ କ୍ରୀତଦାସ ବନାମ ସ୍ବାଭିମାନ ଲଢେଇରେ ଅସ୍ମିତାର ବିଜୟ ଘଟି ଅଗସ୍ତିକୁ ଭରସା କରିଥିଲେ ଛେଣ୍ଡିପଦାବାସୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଭାବେ ପରିଚିତ ଅଗସ୍ତି । ନିର୍ବାଚନ ଜିତିବା ପରଠୁ ସବୁବେଳେ ସେ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ସବୁଦିନ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସୁଖଦୁଃଖର ସାଥୀ ସାଜିଛନ୍ତି । ମୌଳିକ ସମସ୍ୟାର ସମାଧାନ ପାଇଁ ଅହର୍ନିଶି ଉଦ୍ୟମ କରୁଛନ୍ତି ଅଗସ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛେଣ୍ଡିପଦାବାସୀଙ୍କ ଦାବି ରଖିବା ସହ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି । ଲଗାତାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ବାବୁଙ୍କୁ ବିକାଶର ହିବାସ ମାଗୁଛନ୍ତି । ଛେଣ୍ଡିପଦାରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର, ଗାଁକୁ ପାଣି, ରାସ୍ତା, ବିଜୁଳି ସହ ରୋଜଗାର ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗସ୍ତିଙ୍କ ମନ୍ତ୍ର ହେଉଛି- ବିକାଶ କାର୍ଯ୍ୟରେ ସାଲିସ୍ ହେବନି କି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯିବନି । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଛେଣ୍ଡିପଦାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । କୌଣସି ଦଳ ନୁହେଁ କି ଦଳୀୟ କର୍ମୀଙ୍କ ନୁହେଁ ବରଂ ସମସ୍ତଙ୍କ କାମ ହେବ ବୋଲି ପ୍ରତିଶ୍ରୁତି ଦେଇ ବିରୋଧୀଙ୍କର ବି ମନ ଜିଣିଛନ୍ତି ଅଗସ୍ତି । ସେହିଭଳି ବିଧାନସଭାରେ ସେ ଛେଣ୍ଡିପଦାବାସୀଙ୍କ ସ୍ବର ଉଠାଇ କଡା ଜବାବ ମାଗିଛନ୍ତି । ଚାଷୀଙ୍କ ପାଇଁ ଜଳସେଚନ ସୁବିଧା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମନ୍ତ୍ରୀଙ୍କଠୁ ଉତ୍ତର ଆଦାୟ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ ସଚ୍ଚା କର୍ମୀ ଭାବରେ ସକ୍ରିୟ ଅଗସ୍ତି ବେହେରା । ତାଙ୍କ ନେତୃତ୍ବ ଆଉ ଆନୁଗତ୍ୟ ପାଇଁ ୨୦୨୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୩,୬୨୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସୁଶାନ୍ତ କୁମାର ବେହେରାଙ୍କୁ ୧୫,୦୬୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ଆଗକୁ ମଧ୍ୟ ତାଙ୍କର ଏହି ସଫଳ ରାଜନୈତିକ ଯାତ୍ରା ଜାରି ରହୁ ଏବଂ ଲୋକଙ୍କୁ ସେବା ଯୋଗାଇଦିଅନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି l ଅଗସ୍ତି ବେହେରା ଙ୍କ ପ୍ରଚାର ଓ ପ୍ରସାରରେ ମିଡ଼ିଆ ପ୍ଲାନର ଭରତ ପ୍ରଧାନସୂଚନା ଦେଇଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like