-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ବଲାଙ୍ଗୀର,- ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଡାକ ବଙ୍ଗଲା ବଲାଙ୍ଗିରରେ ପହଞ୍ôଚବା ପରେ ପରେ ଜିଲ୍ଲାପାଳତଥା ବିଭିନ୍ନ ଶିକ୍ଷା ବିଭାଗର ଅଧିକାରୀ, ଓଷ୍ଟା ବଲାଙ୍ଗିର ଶାଖା ପ୍ରାଥମିକ ଶିକ୍ଷକ ସଂଘଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଷ୍ଟା ତରଫରୁ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପଦେଷ୍ଟା ସୁଧାଂଶୁ ବାବୁ, ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ, ତାରାକାନ୍ତ ମିଶ୍ର, ସଂଜିବ ହୋତା, ପୂର୍ଣ୍ଣଚନ୍ଦ୍ର ମେହେର ଓ ଅନ୍ୟାନ୍ୟ ଶିକ୍ଷକ ଗହଣରେ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଗଲା ଓ ଏକ ସୌହାର୍ଦ୍ଦମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲା । କରୋନା ଯୋଗୁଁ ଓଡିଶାର ଆର୍ଥିକ ମାନଦଣ୍ଡ ଦୁର୍ବଳ ପରିପ୍ରେକ୍ଷୀରେ ବୋର୍ଡ ପରୀକ୍ଷା ଫି ଛାଡ ପାଇଁ ଅନୁରୋଧ କରିବାରୁ ଏ ସଂକ୍ରାନ୍ତିୟ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ବିଭାଗ ତରଫରୁ ପଠାଯାଇଥିବା ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀଙ୍କ ପାଠ ପଢା ଚାପ କୁ ହ୍ରାସ ପାଇଁ ସପ୍ତାହରେ ରବିବାର କୁ ଛୁଟି କରିବା ପାଇଁ ପ୍ରସ୍ତାବ ଆଣିବାରୁ ରୋକଠୋକ୍ ମନା କରିଥିଲେ । ବରଂ ଛାତ୍ର ଛାତ୍ରୀ ଅଭିଭାବକ ତଥା ଶିକ୍ଷକ ସ୍ୱାଗତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକଙ୍କ ଥଇଥାନ ଅନ୍ ଲାଇନ ଆବେଦନ କଲେ ଶିଘ୍ର ଅନୁମୋଦନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ନୁତନ ପୂର୍ଣ୍ଣ ଅନୁଦାନ ଉଚ୍ଚ ବିଦ୍ୟାଳୟ କର୍ମଚାରୀମାନଙ୍କ ବିଭିନ୍ନ ଦାବିର ତର୍ଜମା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ ।
ରାକ୍ସିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଜମି ଜବରଦଖଲ