-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
19-Jan-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କ୍ଲଷ୍ଟର ର ଝଗୁଡିପାଲି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ମାନଙ୍କ ଅଷ୍ଟମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାସିକ ବୈଠକ ର ଉଦେଶ୍ୟ ବିଷୟରେ କହିଥିଲେ |କଣ୍ଟାମାଳ ସି ଆର ସି ସି ସୁଶାନ୍ତ ଭୋଇ ବୈଠକ ର ପ୍ରାରମ୍ଭରେ ସମସ୍ତ ଶିକ୍ଷକଙ୍କୁ ସ୍ୱାଗତ ଜଣାଇବା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ବିଷୟରେ କହିଥିଲେ |ଏହି ବୈଠକରେ ନୂତନ ଶିକ୍ଷା ନୀତି ୨୦୨୦ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା |ଏହି ବୈଠକ ରେ ୨୦ ବିଦ୍ୟାଳୟର ଶିକ୍ଷକ ମାନେ ଯୋଗଦେଇ ମତ ଉପସ୍ଥାପନ କରିଥିଲେ |କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରଥିବାବେଳେ ବରିଷ୍ଠ ଶିକ୍ଷକ ସଂଜୀବ କର୍ଣ୍ଣ ବୈଠକ ର ପରିସମାପ୍ତି ଘୋଷଣା କରିଥିଲେ |