-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
17-Jan-2025
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଠାରେ ନବ ନିର୍ମିତ ଆଦିବାସୀ ଭବନ ଉଦଘାଟନ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନବ ନିର୍ମିତ ଆଦିବାସୀ ଭବନକୁ ଉଦଘାଟିତ କରିଥିଲେ। ସମ୍ମାନୀୟ ରାଜ୍ୟ ଆଦିବାସୀ କଲ୍ୟାଣ ସଂଘ ସଭାପତି ବାଳକୃଷ୍ଣ ଶବର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭାନୁ ପ୍ରତାପ ସିଂ ମାଝୀ, ଉପ-ସଭାପତି କାର୍ତ୍ତିକେଶ୍ୱର୍ ମଲ୍ଲିକ, ଖଡ଼ିଆଳ ବ୍ଲକ ସଭାପତି ଜଗତ ରାମ ଶବର, ବୋଡ଼େନ ବ୍ଲକ ସଭାପତି ଭୁବନେଶ୍ୱର ମାଝୀ, ଖଡ଼ିଆଳ ନଗର ସଭାପତି ସୋମନାଥ ଶବର ଓ ଅନ୍ୟାନ୍ୟ ଅତିଥି ଶୁବୁଦି ଶବର, ବିଶିକେଶନ ବିଶ୍ଵାଳ, ରୋମାଞ୍ଚଳ ମାଝୀ, ପଦ୍ମନ ମାଝୀ ଓ ଗଡ୍ରାମୁଣ୍ଡା ଆଦିବାସୀ ଛାତ୍ରମାନେ ଯୋଗ ଦେଇଥିଲେ।