-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2025
ଯାଜପୁର/ବରୀ(ରଞ୍ଜିତମହାନ୍ତି): ବାଲିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦାଶଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଜାଇଛି। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମନ୍ଦାକିନୀ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିକା ସୂର୍ଯ୍ୟକାନ୍ତି ବିଶ୍ଵାଳ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଶିବିର ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। କୌଣସି ଅପ୍ରୀତିକର ପରିସ୍ଥିତିରେ ମହିଳାମାନେ ନିଜକୁ ରକ୍ଷା କରିବା ସହ ନିଜେ ମାନସିକ ଓ ଶାରୀରିକ ଭାବେ ସୁଦୃଢ ହେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଥିବା ପ୍ରଶିକ୍ଷକ ମତଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଶୁଭଶ୍ରୀ ଦାଶ, ରଶ୍ମିତା ସାହୁ, ନିମାଇଁ ଚରଣ ଲେଙ୍କା ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରି ଓ କର୍ମଚାରୀ ଉପସ୍ଥିତ ଥିଲେ ।