-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ବଲାଙ୍ଗିର(ଦେବାଶିଷ ବହିଦାର) ସ୍ଥାନୀୟ ମଣ୍ଟେଶୋରୀ ସ୍କୁଲ ଠାରେ ବଲାଙ୍ଗିର ପୌର ପାଳିକାର ସମସ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡା. କୁବେର ଚନ୍ଦ୍ର ମହନ୍ତ, ଏଡିପିଏଚ୍ସି, ଭିବିଡି, ଡା. ନମିତା ମିଶ୍ର ଡିସି, ଏଡିପିଏସ୍ସି, ଡା. ନିଶିତ ଦାସ, ଜୋନାଲ କନ୍ଭେନର ଡବ୍ଲୁଏଚ୍ଓ, ରବିଚନ୍ଦ୍ର ଉଦ୍ଗାତା, ସଭାପତି, ପି.ଏସ୍.ଏ. ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ପିଏସ୍ଏ ଏବଂ ଲିଟିଲ ପ୍ଲାୱାର, ଏମ୍ସ, ସେଞ୍ଚୁରିଆନ୍, ଜେଆରଟିଏମ୍, ସ୍ୱାମୀ ବିବେକାନନ୍ଦ, ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଜ୍ଞାନଜ୍ୟୋତି ତପୋବନ ସ୍କୁଲ ସମେତ ୪୦ ଗୋଟି ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରତିନିଧି ଯୋଗ ଦେଇ ଆଗାମୀ ଫେବୃୟାରୀ ମାସରେ ହେବାକୁ ଥିବା ଔଷଧ ବିତରଣ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଘରୋଇ ବିଦ୍ୟାଳୟ ଏହି କାର୍ଯ୍ୟକ୍ରମକୁ ସହଯୋଗ ପାଇଁ ସମ୍ମତି ଜଣାଇଥିଲେ ।