-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
ମାଲକାନଗିରି,୦୮/୧୦: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଦୁଇ ମହିଳା ଯବାନ ସାହସିକତା ଦେଖାଇ ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ଏହି ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନାକୁ ପଣ୍ଡ କରି ପ୍ରଶଂସା ସାଉଟିଛନ୍ତି। ଗତକାଲି କୁମ୍ବିଂ ଅପରେସନ ସାରି ଦୁଇ ମହିଳା କମାଣ୍ଡୋ ଫେରୁଥିବା ସମୟରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲା ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରେ ୧୦ କେଜିର ଲ୍ୟାଣ୍ଡମାଇନ ଥିବା ସୂଚନା ମିଳିଥିଲା। ଏହି ଦୁଇ ମହିଳା କମାଣ୍ଡୋ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଠାବ କରିଥିଲେ। ପରେ ଏହାକୁ ନଷ୍ଟ କରାଯାଇଥିଲା। କିଛିଦିନ ହେବ ମାଓ ସଙ୍ଗଠନ ଭୁଶୁଡି ପଡୁଥିବାରୁ ମାଓବାଦୀ ନିଜର ଉପସ୍ଥିତ ଜାହିର କରିବା ପାଇଁ ଯବାନଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି।*