-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
କଟକ(ପ୍ରେରଣା ଖବର): କଟକର ବକ୍ସିବଜାରସ୍ଥିତ ସ୍ଥାନୀୟ ନାୟକ ସାହିରେ ଥିବା ଶ୍ରୀମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶିଷ୍ଟ ଶୈଲ୍ୟ ଚିକିତ୍ସକ ଡାକ୍ତର ଉମେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ଆଗେଇ ଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ନଗେନ୍ଦ୍ର ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତାଭାବେ ସ୍ତମ୍ଭକାର ସାହିତ୍ୟିକl ମୀରା ବେଉରା, ସମ୍ମାନିତ ଅତିଥିଭାବେ ସୁଶ୍ରୀ ପୁଷ୍ପିତା ମହାପାତ୍ର, ସମ୍ମାନିତ ଅତିଥି ଗଜେନ୍ଦ୍ର ପାଣି ଯୋଗ ଦେଇ ଛାତ୍ର ଛାତ୍ରୀମାନେ କିପରି ସୁନାଗରିକ ତଥା ଭଲ ମଣିଷ ହୋଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସଂପାଦକ ଚିତ୍ତରଞ୍ଜନ ପରିଡ଼ା ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବାବେଳେ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l
ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଙ୍କଜିନୀ ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଜେନା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ମଞ୍ଚର ଶୋଭାବର୍ଦ୍ଧନ କରିଥିଲେ। ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସରସସୁନ୍ଦର ଓ ଆକର୍ଷଣୀୟ ହୋଇଥିଲା ।