-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମାରୁତି ନଗର ଠାରେ ଅବସ୍ଥିତ ବିଲବର ଚର୍ଚ୍ଚ ପକ୍ଷରୁ ପ୍ରଭୂ ଯିଶୁ ଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ତିଳୋତ୍ତମା ଚାନ୍ଦ ଯୋଗ ଦେଇ ପ୍ରଭୂ ଯିଶୁ ଙ୍କ ଜନ୍ମ ଜୟନ୍ତୀ ରେ କେକ୍ କାଟି ଜନ୍ମ ଦିନ ପାଳି ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ l l ମୁଖ୍ୟ ଅତିଥି ଭାବରେ ଚର୍ଚ୍ଚ ର ଆଚାର୍ଯ୍ୟ ଦିବାକର ଲିମା, ସମ୍ମାନିତ ଅତିଥି ଭାବରେ ସଂପାଦକ ଏଲ ପ୍ରେମାନିଧି, ମମତା ଚାନ୍ଦ ଯୋଗ ଦେଇ ପ୍ରଭୂ ଯିଶୁ ଙ୍କ ବାର୍ତ୍ତା ପ୍ରଦାନ୍ କରିଥିଲେ l ବନ ମାଳି ପଣ୍ଡା ପ୍ରଭୂ ଯିଶୁ ଙ୍କ କବିତା ପାଠ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଆଦି କନ୍ତ ସାହୁ ସହଯୋଗ କରିଥିଲେ l ସହର ତଥା ପଡ଼ୋଶୀ ଜିଲ୍ଲା ର ବିଭିନ୍ନ ସମ୍ପ୍ରଦାୟ ର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l