-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ଆଗଲପୁର, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ର ଆଗଲପୁର ଠାରେ ସଂଯୋଗୀ ସାହିତ୍ୟ ସଂସଦ ସଜ ଫୁଲ କେନ୍ଦୁଝର ତରଫରୁ ଆଗଲପୁର ଠାରେ ପଶ୍ଚିମାଞ୍ଚଳ ବିଶେଷାଙ୍କ ଲୋକାର୍ପଣ ପୁସ୍ତକ ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କବିତା ପାଠୋତ୍ସବ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଲିଂମାର୍ଣି ଗ୍ରାମର ଭିକାରୀ ଚରଣ ପଧାନ ଯୋଗ ଦେଇଥିଲେ। ଓ ମୁଖ୍ୟ ବକ୍ତା ଭାବେ ବୌଦ୍ ଜିଲ୍ଲାର ଚନ୍ଦ୍ରଗୁ୍ତ ଅଞ୍ଚଳର ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ସମ୍ବାନିଟ ଅତିଥି ଭାବରେ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ସାମନ୍ତ ସାହୁ ଓ ସଂଜୋଗି ସାହିତ୍ୟ ସଂସଦ ର ସଭାପତି ଶ୍ରୀ ଉପେନ୍ଦ୍ର ଦାଶ ଯୋଗ ଦେଇଥିଲେ।
ସଭାପତି ଭାବରେ ଆଗଲପୁର ବିଜ୍ଞାନ ମହା ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧକ୍ଷ ଶ୍ରୀ ଜୟନ୍ତ କୁମାର ସିଂହ ଦେଓ ଯୋଗ ଦେଇଥିଲେ।ସଭା ଚାଳନା କରିଥିଲେ ବିଶିଷ୍ଟ କଳାକାର ଶ୍ରୀ ଅକ୍ଷୟ କୁମାର ଭୋଇ। କବିତା ସଂଯୋଜନା କରିଥିଲେ ରୋଥ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ମେହେର l ଏହି କାର୍ଯକ୍ରମ କୁ ସଂଯୋଗ ସଜଫୁଲ ର ରାଜ୍ୟ ସଂଚାଳକ ଶ୍ରୀ ହୃଷୀକେଶ ଦାସ ସଂଯୋଜନା କରିଥିଲେ। ସମସ୍ତ କବିତା ଅତି ଚମତ୍କାର ଓ ହୃଦୟ ସ୍ପର୍ଷୀ ହୋଇଥିବା ଅତିଥି ମାନେ ପ୍ରକାଶ କରିଛନ୍ତି। ଏହି କବିତା ଗୁଡ଼ିକ ନିଶ୍ଚୟ ସମାଜ କୁ ଉଚିତ୍ ଦିଗ୍ ଦର୍ଶକ ଦେବ ବୋଲି ପାଠକ ମାନେ ମଧ୍ୟ ମତାମତ ଦେଇଥିଲେ।ଶେଷରେ ମୁଖ୍ୟ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କବି ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବାନିତ କରା ଯାଇଥିଲା। ପାଠୋତ୍ସବ କୁ ଆସିଥିବା ସମସ୍ତ କବି ମାନେ ଅତି ସୁନ୍ଦର୍ ଭାବରେ କବିତା ପାଠ କରିଥିଲେ l