-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ଶୁକ୍ରବାର ଯୁଗୋପଯୋଗୀ ଶିଶୁ ସାହିତ୍ୟ ପତ୍ରିକା ସୁବର୍ଣ୍ଣ ଦୀପ ର ଧନୁଯାତ୍ରା ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତା ଓ ସୁବର୍ଣ୍ଣ ଦୀପ ପତ୍ରିକାର ସଂପାଦକ ପ୍ରଦୀପ୍ତ ଭାନୁ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହ ରେ ଶିଶୁ ସାହିତ୍ୟକ ଗୋପୀନାଥ ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ବିଭିନ୍ନ ରଚନିରେ ହିଁ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇଥାଏ ବୋଲି ଉଲ୍ଲେଖ କରି ଲେଖିବା ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଣା ପ୍ରତାପ ସ୍କୁଲର ପୁରାତନ ଛାତ୍ର ସଂସଦର ସମ୍ପାଦକ ସର୍ଦ୍ଦାର ପ୍ରିତମ ସିଂ , ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର, ଶିକ୍ଷୟିତ୍ରୀ ମୀନା ପଣ୍ଡା ,ଶିକ୍ଷକ କେଦାରନାଥ ନେଗୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସାହିତ୍ୟ ପତ୍ରିକାର ଉପାଦେୟତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସରରେ ଶିଶୁ ସାହିତ୍ୟକ ଗୋପୀନାଥ ଦଣ୍ଡ ସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ଭାରତୀ ଶିଶୁ ସାହିତ୍ୟ ସଂସଦର ସଭା ନେତ୍ରୀ ରେଣୁକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ