-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧ ରେ ସହକାରୀ ନିବନ୍ଧକ, ସମବାୟ ସମିତି, ବୌଦ୍ଧ ହାଡିବନ୍ଧୁ ମହାକୁଡ ଙ୍କ ଅଧ୍ୟକ୍ଷତା ରେ "ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫" ନିମନ୍ତେ ଉଦଘୋଷକ/ ଉଦଘୋଷିକା ମାନଙ୍କ ଚୟନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ଉକ୍ତ ଚୟନ ପ୍ରକ୍ରିୟାରେ ବିଭିନ୍ନ ବିଦ୍ୟାଳୟ/ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇ ନିଜର ସଂଯୋଜନା ପ୍ରଦର୍ଶନ କରିଥିଲେ l ଚୟନ ପ୍ରକ୍ରିୟାରେ କଳାକାର ବିଶ୍ୱଜିତ ସାହୁ,ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ସି. ଆର. ସି. ସି.ସତ୍ୟନାରାୟଣ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ l ଆବାହକ ଭାବେ ସାମ୍ବାଦିକ ସୀତାକାନ୍ତ ସିଂହ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ବେହେରା, ତ୍ରିଶୂଳ ବେହେରା,, ଶଶାଙ୍କ ଶେଖର ମିଶ୍ର, ଶୁଭ୍ରଜିତ ଦାନୀ, ଜିତେନ୍ଦ୍ର କୁମାର ମହାନ୍ତି, ଅକ୍ଷୟ କୁମାର ମହାକୁଡ଼, ବୀରକିଶୋର କର୍ମୀ ତଥା ଜିଲ୍ଲା ସଂଗ୍ରହାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଜାନୀ ଓ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଙ୍କ ତତ୍ତ୍ଵାବଧାନରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।