-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ମନୀଷା ଚାନ୍ଦ ଙ୍କ ଅଧ୍ୟକ୍ଷାତାରେ ଆୟୋଜିତ ଓ ଏଲ ପ୍ରେମନିଧି ଙ୍କର ପ୍ରଚେଷ୍ଟାରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ପଲଶାଗୋର ଚିକିତ୍ସାଳୟର ଭାରପାପ୍ତ ଅଧିକାରୀ ଡାକ୍ତର ସୁନୀଲ କୁମାର ପାଣିଗ୍ରାହୀ ମୁଖ୍ୟ ସଚେତକ ଭାବରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | କାର୍ଯ୍ୟକ୍ରମରେ ସୁପର ଭାଇଜର ବସନ୍ତ ବାଘ ଉପସ୍ଥିତ ଥିଲେ | ସଭାରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯଥା ଅଶ୍ୱିନୀ କୁମାର ପ୍ରଧାନ , ପୀତବାସ ଦେବତା, ସରୋଜ କୁମାର ମହାକୁଡ଼, ସ୍ଵାଗତିକା ଶର୍ମା, ଏଲ ଅର୍ପଣ କୁମାର ସହଯୋଗ କରିଥିଲେ |ଶେଷରେ ଅଧ୍ୟାପିକା ପଦ୍ମିନୀ ମିଶ୍ର ଧନ୍ୟବାଦ ଦେଇଥିଲେ |