-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ପି.ପି ଏକାଡେମୀର ଆନୁଆଲ ଏଥିଲେଟିକ୍ ମିଟ୍ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍କୁଲ ଓଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବରେ ଡ଼ାଇମଣ୍ଡ ଜୁବୁଲି କମିଟିର ସଭାପତି ଶଶିଭୂଷଣ ପୁରୋହିତ, ହେମନ୍ତ ପଣ୍ଡା, ଶରତ ପଣ୍ଡା,ସଞ୍ଜୟ ସତପଥୀ ସ୍କୁଲର ପ୍ରତିଷ୍ଠାତା ଚକ୍ରଧର ପଣ୍ଡାଙ୍କ ସୁପୁତ୍ର ସନ୍ତୋଷ ପଣ୍ଡା,ପୁତ୍ରବଧୁ ପଙ୍କଜିନି ପଣ୍ଡା, ନାତୁଣୀ ହୀନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ଥିଲେ l ଶିକ୍ଷୟିତ୍ରୀ ମଧୁମିତା ମିଶ୍ର ସଭା ପରିଚାଳନା କରିଥିଲେ l ପି ଇ ଟି ସସ୍ମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ସୁନୀତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l ଅଷ୍ଟମ ଶ୍ରେଣୀ ଛାତ୍ର ତରୁଣ କୁମାର ଦାସ ଜୁନିୟର୍ ଚାମ୍ପିୟନ ହୋଇଥିବା ବେଳେ ସିନିୟର ବର୍ଗରେ ଦଶମ ଶ୍ରେଣୀର ଛାତ୍ର ଶୁଭମ ବଗର୍ତ୍ତୀ ଚାମ୍ପିୟନ ହୋଇଥିଲେ l