-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜରୁ ପ୍ରତିଦିନ ବ୍ୟାପକ ଭାବେ ଖଇର କାଠ ଚୋରା ଚାଲାଣ ହେଉଥିବା ପୁଣି ଥରେ ସ୍ପଷ୍ଟ ହୋଇଯାଇଛି l କାଠ ମାଫିଆମାନେ ରାତି ଅଧିଆ ଲୋଇସିଂହା ବନାଞ୍ଚଳ ଅଧୀନସ୍ଥ ରେଙ୍ଗାଲି – ଫଲସାମା – ଉପରବାହାଲ ରାସ୍ତାରେ କାଠ ଚାଲାଣ କରୁଥିବା ଜାଣିବାକୁ ମିଳିଛି l ସୋମବାର ରାତିରେ ଏକ ୪୦୭ ଗାଡ଼ି ଯୋଗେ ବିପୁଳ ପରିମାଣର ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ଲୋଇସିଂହା ବ୍ଲକ ଉପରବାହାଲ ପଞ୍ଚାୟତ ଅନ୍ତର୍ଗତ ସାନ ଝାଙ୍କରପାଲି ନିକଟରେ ଗାଡ଼ିଟି ଓଲଟି ପଡିଥିବା ର ଦେଖିବାକୁ ମିଳିଥିଲା l ତେବେ ଦୁର୍ଘଟଣା ସ୍ଥଳରେ କେହି ନଥିବା ବେଳେ ୪୦୭ ଗାଡ଼ିରେ ବ୍ୟାପକ ପରିମାଣର ଖଇର କାଠ ଗଣ୍ଡି ବୋଝେଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା l ଲୋଇସିଂହା ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଜାଣିବାଜୁ ମିଳିଛି l