-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଅଙ୍ଗନବାଡି ନିଯୁକ୍ତିରେ ଅବିଚାର ! ଜାଲ୍ ସାର୍ଟିଫେକଟ୍ ରେ ଚାକିରୀ ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ ?

19-Dec-2024



ଏଡିଏମ୍ ଙ୍କର ପୂର୍ବ ଏଡିଏମ୍ ଙ୍କ ବିଚାରକୁ ଅମାନ୍ୟ:  ଉପମୁଖ୍ଯମନ୍ତ୍ରୀଙ୍କ ଭେଣ୍ଡିଆବୋଧ  ! 

ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଖପ୍ରାଖୋଲ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିଯୁକ୍ତିରେ ଗତ ୨୦୧୦ରୁ ଦୀର୍ଘ ୧୪ ବର୍ଷ ଧରି ବିବାଦ ଥମୁନାହିଁ ।  ଜଣେ କର୍ମୀ ଏଇ ପଦବୀଟିକୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ବଳରେ କବ୍ଜା କରି ରହିଆସିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରକୃତ ଯୋଗ୍ୟା ପ୍ରାର୍ଥିନୀ ଜଣକ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆଇନ ଅଦାଲତର ଦର୍ଜା ଖଟଖଟାଇବା ପରେ ମଧ୍ୟ ଅଦ୍ୟାବଧି ନ୍ୟାୟ ମିଳୁ ନଥିବାର ଅଭିଯୋଗ କରିଛନ୍ତି । ଉଲ୍ଲେଖନୀୟ ଯେ , ଅଦ୍ୟାପି ଉକ୍ତ ଗ୍ରାମର ଜଣେ ବୋହୁ ବିନୋଦିନୀ ରଣା ଏଇ ପଦବୀଟିକୁ ମାଡି ବସିଥିବା ବେଳେ , ଏହି ପଦର ଦାବିଦାର ପ୍ରତିଦ୍ଵନ୍ଦୀ ଅନ୍ୟ ଜଣେ ବୋହୁ ଗୀତାଞ୍ଜଳି ତ୍ରିପାଠୀ ଏଥିରୁ ବଞ୍ଚିତା ହୋଇଛନ୍ତି ।  ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ , ତାଙ୍କର ତାଙ୍କ ଗାଁ' ହାଇସ୍କୁଲ  ପାଟଣାଗଡ ମରୁଆଁ ହାଇସ୍କୁଲର ଛାତ୍ରୀ ଭାବରେ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଆସୁଛନ୍ତି । କିନ୍ତୁ ଏହି ଚାକିରୀଟି ପାଇଁ ଆରମ୍ଭରୁ ତାଙ୍କ ଜଲପାଙ୍କେଲ ଗ୍ରାମର ବିବାହିତା ଓ ଜୁରିଆ ଗ୍ରାମର ପ୍ରାଥମିକ ସ୍କୁଲରେ ପଢିଥିବା ବିନୋଦିନୀ ରଣା ପୂର୍ବରୁ ବାହାର ରାଜ୍ୟର ନକଲି କିଣା ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ତାଙ୍କ ଅଭିଯୋଗକ୍ରମେ ବହିଷ୍କୃତା ହେବା ପରେ ପୁଣି ଦ୍ବିତୀୟଥରର ଇଣ୍ଟରଭିଉରେ ଆଉ ଏକ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଏହି ପଦଟିକୁ ହାସଲ କରିଛନ୍ତି । ଉକ୍ତ ଦୁଇଟି ପ୍ରମାଣପତ୍ରରେ ତାଙ୍କର ଭିନ୍ନ ଭିନ୍ନ ଜନ୍ମତାରିଖ ମଧ୍ୟ ଉଲ୍ଲେଖ ରହିଛି । ତେଣୁ ସେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ସିଡିପିଓ , ଉପଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ  ଅଭିଯୋଗ ପୂର୍ବକ ଆବେଦନ କରିଆସୁଛନ୍ତି । ପୂର୍ବରୁ ତାଙ୍କ ସପକ୍ଷରେ ତତ୍କାଳୀନ ଏଡିଏମ୍ ମଧ୍ୟ ବିଚାର କରି ଖପ୍ରାଖୋଲ ସିଡିପିଓଙ୍କୁ ନକଲି ସାର୍ଟିଫିକେଟ୍ ର ତଦନ୍ତ ନିମନ୍ତେ ଲାଠୋର ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତତ୍କାଳୀନ ଖପ୍ରାଖୋଲ ସିଡିପିଓ ବା ଲାଠୋର ଥାନାଧିକାରୀ ତଦନ୍ତ କରି ନଥିଲେ । ଅଧିକନ୍ତୁ ତତ୍କାଳୀନ ଖପ୍ରାଖୋଲ ସିଡିପିଓ ତାଙ୍କୁ ଜଏନ୍ କରାଇ ନଦେବାକୁ ଦୀର୍ଘ ଛୁଟି ନେଇ କାଳକ୍ଷେପଣ କରି ଟାଳି ଦେଇଥିଲେ । ଏଇ ଅବସରରେ ସୁଯୋଗ ପାଇ ପ୍ରତିଦ୍ଵନ୍ଦୀ ପ୍ରାର୍ଥିନୀ ହାଇକୋର୍ଟରୁ ସ୍ଥଗିତାଦେଶ ଆଣି ପୁଣି ଏକ ସାର୍ଟିଫିକେଟ୍ ଦାଖଲ କରି ଚାକିରୀଟିକୁ ହାତେଇ ନେବାରେ ସଫଳ ହୋଇଥିବା ସେ ଅଭିଯୋଗ ପ୍ରକାଶ କରୁଛନ୍ତି । 

ଏଥର ମଧ୍ୟ ବଲାଙ୍ଗୀର ଏଡିଏମ୍ ଙ୍କୁ ସେ ଅଭିଯୋଗ କରିଥିଲେ । ଏଡିଏମ୍ ମଧ୍ୟ ଯଥେଷ୍ଟ ଚତୁରତା ପୂର୍ବକ ' ଆଗକଥା ଛାଡ ',  ଆଜି ଆସ' , 'କାଲି ଆସ' , 'ମୁଁ ବ୍ୟସ୍ତ ଅଛି' , 'ଛୁଟିରୁ ଆସିଲେ ଅର୍ଡରରେ ସ୍ବାକ୍ଷର କରିବି' , 'ମୁଁ କ ନ୍ ଫ୍ୟୁ ଜ୍ ହେଉଛି ' ଇତ୍ୟାଦିର  କହି କାଳକ୍ଷେପଣ ପୂର୍ବକ ପୂର୍ବର ଏଡିଏମ୍ ଙ୍କ  ନିର୍ଦ୍ଦେଶକୁ ବିଚାରକୁ ନ ନେଇ ଆଉଥରେ ଆବେଦନର ଦାଖଲ ସାର୍ଟିଫେକଟ୍ କୁ ଆଧାର କରି ବିନୋଦିନୀ ରଣାଙ୍କ ସପକ୍ଷରେ ରାୟ ଦେଇଥିବା ପ୍ରକାଶ । ଏହାପଛରେ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ କାରବାର ହୋଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ବଲାଙ୍ଗୀର ଏଡିଏମ୍ ବିଜୟାନନ୍ଦ ସେଠୀଙ୍କ ମତାମତ ନେବାକୁ  ଉଦ୍ୟମ କରାଯାଇଥିଲେ ହେଁ , ସମ୍ଭବ ହୋଇପାରିନାହିଁ । ସର୍ବୋପରି ସେ ଏଇ ମାମଲାଟି ନିମନ୍ତେ କେତୋଟି ତାରିଖ ଧାର୍ଯ୍ୟ କରିଥିଲେ , କେବେ ଚୂଡାନ୍ତ କଲେ ଓ ଶେଷ ବିଚାର ପରେ କେତେଦିନ ଅର୍ଡରରେ ଦସ୍ତଖତ କରିବାକୁ କାହିଁକି କେତେଦିନ ଅହେତୁକ ଭାବେ  ଫାଇଲ୍ ପକାଇ ରଖିଥିଲେ ଓ ଉପମୁଖ୍ଯମନ୍ତ୍ରୀ ପଚାରିବାରୁ କେଉଁ ବିଷୟରେ କ ନ୍ ଫ୍ୟୁ ଜ୍ ଥିଲେ ' ଇତ୍ୟାଦି ସମ୍ପର୍କରେ ତାଙ୍କର ସଫେଇ କ'ଣ ଜଣାପଡିପାରି ନାହିଁ । 

କ୍ଷୋଭର ବିଷୟ ଯେ , ଗୀତାଞ୍ଜଳିଙ୍କ କହିବାନୁଯାୟୀ , ଏ ସମ୍ପର୍କରେ ସ୍ଥାନୀୟ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଖକୁ ବାରମ୍ବାର ଯାଇ ଆପତ୍ତି କରିବା ପରେ ପ୍ରଥମେ ଉପମୁଖ୍ଯମନ୍ତ୍ରୀ ତାଙ୍କର ନ୍ୟାୟୋଚିତ ଅଧିକାର ରହିଛି । ସେ ହିଁ ଚାକିରୀ ପାଇବେ । ଯିଏ ଥରେ ସାର୍ଟିଫେକଟ୍ ଜାଲିଆତି କରିଛି , ସେ ଚୋର ' ଇତ୍ୟାଦି ଭେଣ୍ଡିଆବୋଧ ଦେଇ ଏଡିଏମ୍ ଙ୍କ ସହ କଥାହେଲା ପରେ ବି , ଶେଷରେ ତାଙ୍କ କଥା ରଖିଲେ ନାହିଁ  ! 

ଉଲ୍ଲେଖଯୋଗ୍ଯ ଯେ , ଏଇ ବିବାଦରେ ଦୁଇଜଣ ଓକିଲ ଉଭୟ ପକ୍ଷରୁ ନିୟୋଜିତ ହୋଇଥିଲେ ଓ ଲକ୍ଷ ଲକ୍ଷ ଟଙ୍କାର ଫିଜ୍ ନେଇଛନ୍ତି । ବିନୋଦିନୀ ରଣାଙ୍କ ପକ୍ଷରୁ ଓକିଲ ଦର୍ପ ପଟ୍ଟନାୟକ ଏବଂ ଗୀତାଞଳିଙ୍କ ପକ୍ଷରୁ ତ୍ରିଲୋଚନ ପୁଞ୍ଜି ନାମକ ଦୁଇଜଣ ସ୍ବନାମଧନ୍ଯ ଓକିଲ ଏହି କେସ୍ ଦୀର୍ଘବର୍ଷ ଧରି ଲଢୁଥିଲେ । ଏପରିକି ତାଙ୍କ ପକ୍ଷର ଓକିଲ ଜଣକ ତାଙ୍କଠାରୁ ତିନି/ ଚାରି ଲକ୍ଷ ଟଙ୍କା ଝଡାଇନେଇ ସେମାନଙ୍କୁ କାଙ୍ଗାଳ କରିଦେଇଛନ୍ତି । ଫଳରେ ତାଙ୍କ ସ୍ବାମୀ ଦେଇଥିବା ଛୋଟ ଦୋକାନଟିକୁ ବନ୍ଦ କରିଦେଇ ରାଜ୍ୟ ବାହାରେ ଦାଦନ ଖଟି ଯାଇଥିବା ବେଳେ ସେ ଶାଶୁଘରେ ଦୁଇଟି ଛୋଟ ଛୋଟ ଛୁଆ ଓ ବୁଢା ଶଶୁରଙ୍କୁ ଧରି ଅତ୍ୟନ୍ତ ଅନାଟନରେ ପଡି ରହିଥିବା ଦୁଃଖପ୍ରକାଶ କରନ୍ତି । ଏଣୁ ସେ ତାଙ୍କର ପ୍ରକୃତ ଅଧିକାର ଓ ନ୍ୟାୟ ପାଇବାକୁ ଆଇନଅଦାଲତର ଉପରକୁ ଯିବେ ବୋଲି ପ୍ରକାଶ କରିଛନ୍ତି । 

ଏହା ଏକ ଅବିଚାର ବୋଲି ଜନସାଧାରଣରେ ଅଭିଯୋଗ ପ୍ରକାଶ ପାଇଛି   

ବଲାଙ୍ଗୀର ଜିଲ୍ଲାରେ ଦୀର୍ଘବର୍ଷ ଧରି ଜାଲ୍ ଶିକ୍ଷାଗତ ପ୍ରମାଣ ପତ୍ରର ରାକେଟ୍ ଚାଲି ଆସୁଛି । ଗତବର୍ଷ ଏଭଳି ଜାଲ୍ ସାର୍ଟିଫେକଟ୍ ର ମାଷ୍ଟର ମାଇଣ୍ଡ୍ ଓ ଜଣେ ସହଯୋଗୀ ସମେତ ମୋଟ ୧୯ ଜଣ ଗିରଫ ହୋଇ ଜେଲ୍ ଯାଇଥିଲେ । ତଥାପି ଏଭଳି ବିଭିନ୍ନ ଚାକିରୀରେ ଗୋଟି ଗୋଟି କରି ଏଇ ନକଲି ସାର୍ଟିଫିକେଟ୍ ମାମଲା ଲୋକଲୋଚନକୁ ଆସୁଛି । ତଥାପି ପ୍ରଶାସନିକ ଅଧିକାରୀଙ୍କର ଏତାଦୃଶ ହେରଫେର ହାତସଫେଇ ଚାଲିଛି । ଏହାପଛର କାରଣ କ'ଣ , ସମସ୍ତେ ଜାଣନ୍ତି । ଆଉ ରାଜନେତା ବନାମ ଲୋକପ୍ରତିନିଧିଙ୍କର କି ଗୁଣ ଗାଇବା  ? ସେମାନେ ତ ଖଜୁରୀଗଛ । ମୂଳରୁ ପାହାଚ ପାହାଚ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like