-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2024
ସୋନପୁର, ତା. ୧୯/୧୨ (ପ୍ରେରଣା ଖବର ), ସ୍ଥାନୀୟ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଖରଝୁରାରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଶକ୍ତି ସଂରକ୍ଷଣ ସଚେତନତା ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ସିଆଲଝୁଲି ଗ୍ରାମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରାମ୍ୟ ପରିକ୍ରମା ଆୟୋଜିତ ହୋଇଥିଲା । ଛlତ୍ରଛlତ୍ରୀ ମାନେ ପ୍ଲାକର୍ଡ ଧରି ଶକ୍ତି ସଂରକ୍ଷଣ ସ୍ଲୋଗାନ ଦେଇଥିଲେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶକ୍ତି ସଂରକ୍ଷଣ ସମ୍ବନ୍ଧରେ ପ୍ରବନ୍ଧ ଓ କ୍ଵିଜ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଲଲିତା ମେହେର, ଖେଳ ଶିକ୍ଷକ ଲକ୍ଷ୍ମଣ ଥନାପତି ତଥା ଗ୍ରାମବାସୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶକ୍ତି ସଂରକ୍ଷଣ କ୍ଲବର ଦାୟିତ୍ତ୍ୱ ନିର୍ବାହ କରୁଥିବା ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ସାହୁ ପରିଚାଳନା କରିଥିବା ବେଳେ ଜେଆରସି ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।