-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରର ତାଲପାଲି ପଡାଠାରେ ଗତ ଏକବର୍ଷ ଧରି ମହିଳାମାନଙ୍କ ଦ୍ୱାରା ପାଳିତ ହେଉଥିବା ସଙ୍କ୍ରାନ୍ତିର ଆଜି ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ସଂକଲ୍ପ କରିଥିବା ମହିଳାମାନେ ସ୍ଥାନୀୟ ତାଲପାଲିବନ୍ଧରୁ କଳସରେ ପାଣିଆଣି ଶୋଭାଯାତ୍ରା କରି ଚନ୍ଦ୍ରାସେଣୀ ମନ୍ଦିରକୁ ପହଞ୍ଚିଥିଲେ। ଶତାଧିକ ମହିଳାଙ୍କ ସମାଗମରେ ତାଲପାଲିପଡା ଉତ୍ସବମୁଖର ହୋଇଉଠିଥିଲା । ଆଜି ପ୍ରଥମ ଦିନରେ କଳସ ଶୋଭାଯାତ୍ରା ସହିତ ସୂର୍ଯ୍ୟପୂଜା କରାଯାଇଥିଲା।ସଂଧ୍ୟାରେ ଲକ୍ଷ୍ମୀନାରାୟଣ, ସାଲେଗ୍ରାମ ମହାପ୍ରଭୁଙ୍କୁ ପୂଜା କରାଯାଇଥିଲ। ମହିଳାମାନେ ଗତ ଏକବର୍ଷ ପ୍ରତ୍ୟେକ ମାସର ସଂକ୍ରାନ୍ତିରେ ଉପବାସ ରହିବା ସହିତ ରାତ୍ର ଉଜାଗର ରହି ସଂକ୍ରାନ୍ତିକୁ ପାଳନ କରିଆସୁଥିଲେ। ଏକବର୍ଷ ପୂରଣ ହେବାପରେ ଆଜି ଏହାର ଉଦଯାପନୀ କରାଯାଇଛି। ପ୍ରଶନ୍ନ ପାଣିଗ୍ରାହୀ ମୁଖ୍ୟପୂଜକ ରହିଥିବା ବେଳେ ପୂଜାକର୍ତ୍ତା ଭାବରେ ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ମମତା ଷଢଙ୍ଗୀ ଦାୟିତ୍ୱ ନେଇଛନ୍ତି। ମଙ୍ଗଳବାର ଦିନ ହୋମଯଜ୍ଞ ସହିତ ଉଦ୍ୟାପନ କାର୍ଯ୍ୟକ୍ରମ ରହିଛି ।