-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ନୂଆଦିଲ୍ଲୀ/ଭୁବନେଶ୍ୱର(ପ୍ରେରଣା ଖବର)
କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କଂଗ୍ରେସର ମୁଖପାତ୍ର ଓ ସୋନିଆ ଗାନ୍ଧୀ । ଚାଷୀଙ୍କୁ ସମର୍ଥନ ଜଣାଇ କିଷାନ ଅଧିକାର ଦିବସ ପାଳନ କରିବା ପାଇଁ ଜାନୟାରୀ ୧୫ରେ କଂଗ୍ରେସ ପକ୍ଷରୁ ଏହି କିଷାନ ଅଧିକାର ଦିବସ ପାଳନ କରାଯିବ ଓ ଦେଶର ସବୁ ରାଜ୍ୟରେ ରାଜଭବନକୁ ଘେରାଉ କରାଯିବ।
ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରି କିଷାନ ଦିବସ ପାଳନ କରିବାକୁ କହିଛନ୍ତି। କଂଗ୍ରେସର କାର୍ଯ୍ୟାଳୟରେ ଏହି ଦିବସ ପାଳନ ହେବ। ସେହିପରି ଜାନୁଆରୀ ୧୫ରେ ରାଜ୍ୟରେ ଥିବା ରାଜଭବନଗୁଡ଼ିକୁ ଘେରାଉ କରାଯିବ ।