-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||     

HOME   ଜିଲ୍ଲା

କେନସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକସିନ ଦିଆଯିବାକୁ ମହିଳା ସମିତି ର ଦାବି 

04-Dec-2024



ଅତାବିରା: କେନ୍ସର୍ ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାର କୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭିକାଲ କେନ୍ସର୍ ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ ଦେଖାଯାଉଛି । ୫୦ ରୁ ୫୫ ବର୍ଷ ବୟସର ମହିଳାଙ୍କ ଠାରେ ୩ବି ଷ୍ଟେଜ କେନ୍ସର୍ ଦେଖାଯିବା ଏକ ଚିନ୍ତାର ବିଷୟ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏହି ମର୍ମରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶାର ମହିଳା ମାନଙ୍କୁ ଭବିଷ୍ୟତରେ କେନ୍ସର୍ ରୁ ସୁରକ୍ଷତି ରଖିବାପାଇଁ ଉପଲବ୍ଧ ଏଚ.ପି.ଭି. ଭେକସିନ ମାଗଣାରେ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ସେଥିରେ କୁହାଯାଇଛି ଯେ, ମହିଳା ମାନଙ୍କୁ କେନ୍ସର୍ ଭଳି ଦୁରାରୋଗ୍ୟ ରୁ ସୁରକ୍ଷିତ ରଖିବା ପାଇଁ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ଭେକସିନ ପ୍ରଦାନ କରାଯିବା ଆବଶ୍ୟକ । ଭେକସିନ ର ମୂଲ୍ୟ ଅଧିକ ଥିବାରୁ ସାଧାରଣ ବର୍ଗ ଏହାର ସୁଯୋଗ ନେଇପାରୁନାହାନ୍ତି ବୋଲି ଦୃଷ୍ଟି ଆକର୍ଷଣ କରାଯାଇଛି ।

ସେଥିରେ କୁହାଯାଇଛି ଯେ, କେଂସର୍ ମୁକ୍ତ ସମାଜ ଗଠନ ଉଦ୍ୟମରେ କେତେକ ରାଜ୍ୟ ସରକାର ମାଗଣାରେ ଏଚ୍.ପି.ଭି. ଭେକସିନ ପ୍ରଦାନ କରିବାକୁ ଘୋଷଣା କରିସାରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲା ପଞ୍ଜାବ, ସିକ୍କିମ, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ଼ ଓ ମହାରାଷ୍ଟ୍ର । ଏହି ମାଗଣା ଭେକସିନେଶନ କାର୍ଯ୍ୟକ୍ରମ ସେମାନେ କେନ୍ସର ପ୍ରବଣ କେତେକ ଜିଲ୍ଲାର ସ୍କୁଲ ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ପାଇଲଟ ଯୋଜନାର ଅଂଶ ଭାବରେ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ଗତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ତାଙ୍କ ୨୦୨୪-୨୦୨୫ ବର୍ଷ ମଧ୍ୟବର୍ତ୍ତୀ କାଳୀନ ବଜେଟରେ ମହିଳା ମାନଙ୍କୁ ସରଭାଇକେଲ କେନସର ରୁ ସୁରକ୍ଷା ଦେବା ପାଇଁ ୯ ରୁ ୧୪ ବର୍ଷର ଝିଅ ମାନଙ୍କୁ ଭେକସିନ ପ୍ରଦାନରେ ପ୍ରୋତ୍ସାହନ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଦାବିପତ୍ରରେ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ, ନେସନାଲ କେନସର ପଞ୍ଜିକରଣ କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ ଭାରତର ମହିଳା ମାନଙ୍କ ମଧ୍ୟରେ ସାଧାରଣତଃ ସ୍ତନ ଓ ସର୍ଭିକ୍ସ କେନସର ମୁଖ୍ୟତଃ ୫୫ ରୁ ୫୯ ବର୍ଷ ବୟସରେ ଦେଖାଯାଉଛି । ଓଡ଼ିଶାର ଗ୍ରାମାଞ୍ଚଳର ମହିଳା ଶିକ୍ଷା ୫୦ ଭାଗରୁ କମ ଥିବା ବେଳେ କେନସର ରେ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଭାଗରୁ ଅଧିକ ସର୍ଭାଇକାଲ କେନସର୍ ରେ ପୀଡ଼ିତାଙ୍କ ବୟସ ୫୦ ରୁ ୫୫ ବର୍ଷ ରହିଛି । ସେମାନଙ୍କ ମଧ୍ୟରୁ ୬୦ ଭାଗରୁ ଅଧିକ ରୋଗୀ ୩ବି ଷ୍ଟେଜରେ ଥିବା ରୋଗୀଙ୍କ ହାରାହାରି ବୟସ ୫୩.୫ ବର୍ଷ ବୋଲି କୁହାଯାଇଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଆମ ଦେଶରେ ଉପଲବ୍ଧ ସତ୍ତ୍ୱେ ସର୍ଭାଇକାଲ୍ କେନସର୍ ଦ୍ଵିତୀୟ ସାଧାରଣ ରୋଗ ଭାବରେ ଚିହ୍ନଟ ହୋଇଛି । ଏଭଳି ଉଦବେଗ ଜନକ ପରିସ୍ଥିତିର ମୁକାବିଲା ତଥା କେନସର ମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସମୂହ ଭାବରେ ମହିଳା ମାନଙ୍କୁ ମାଗଣାରେ ଏଚ.ପି.ଭି. ଭେକସିନ ପ୍ରଦାନ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି କରିଛି ।

ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ରାଜ୍ୟ ସରକାରଙ୍କ ବିଚାର ପାଇଁ ଦାବିପତ୍ର ପଠାଇ ଦେବେ ବୋଲି କହିଥିଲେ । ବରଗଡ଼ ମହିଳା ସମିତି ର ସଭାନେତ୍ରୀ ଶ୍ରୀମତୀ ହରଜିନ୍ଦର୍ କୌର ଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ଶ୍ରୀମତୀ ଇନ୍ଦ୍ରାଣୀ ଶତପଥୀ, ଶ୍ରୀମତୀ କନକ ପ୍ରଧାନ, ରାଧାରାଣୀ ମିଶ୍ର, ମମତା ମିଶ୍ର, ସୁଜାତା ପଣ୍ଡା, ପ୍ରଣତି ପଣ୍ଡା, ସୁଧାଂଶୁବାଳା ଦାଶ, ସଂଘମିତ୍ରା ପଟେଲ, ଜୟନ୍ତୀ ପ୍ରଧାନ, ସରିତା ସଲୋନି ଦାସ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026

You Might Also Like