-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
03-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବରଗାଁ ପଞ୍ଚାୟତ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚିହ୍ନଟ ଓ ମାନଦଣ୍ଡ ଉପରେ ଏକ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ରଶ୍ମିତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ନୋଡ଼ାଲ ଅଧିକାରୀଭାବେ ଶୁଭାଶିଷ ରଥ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚିହ୍ନଟ ପାଇଁ ପ୍ରସ୍ତୁତ
ହୋଇଥିବା ନୂତନ ଗାଇଡଲାଇନ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୂଲେଶ୍ଵର ନାଗ ଓ ଏଡିଇଓ କ୍ଷୀରୋଦ ମହାପାତ୍ର ଉପସ୍ଥିତ ରହି କିପରି ଅନ୍ଲାଇନ ମାଧ୍ୟମରେ ନିଜର ମୋବାଇଲ କିମ୍ବା ସହଜ କେନ୍ଦ୍ରରେ କେଉଁ କେଉଁ ଦସ୍ତାବିଜ ଦରକାର ଓ କିପରି ଆବେଦନ କରିବେ ଡେମୋ ମାଧ୍ୟମରେ ଲୋକଙ୍କୁ ଦେଖାଇ ବୁଝାଇଥିଲେ। ଉକ୍ତ ତାଲିମ ଶିବିରରେ ୱାର୍ଡମେମ୍ବର , ମହିଳା ସ୍ୱୟଂସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ l