-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||     

HOME   ଜିଲ୍ଲା

ଏସୟୁଜେ ବଲାଙ୍ଗିର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ, ଶରତ ସଭାପତି,ରଘୁ ନନ୍ଦନ ସାଧାରଣ ସମ୍ପାଦକ

03-Dec-2024



ବଲାଙ୍ଗିର(ପ୍ରେରଣା ଖବର): ଏସୟୁଜେ ବଲାଙ୍ଗିର ଜିଲ୍ଲା ଶାଖା ର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଯାଇଛି।

ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ଜିଲ୍ଲାର ମାନ୍ୟତାପ୍ରାପ୍ତ 'ଆଧାର ନିୟୁଜ' ର ସମ୍ପାଦକ କିଶୋର ଚନ୍ଦ୍ର ପାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସୟୁଜେ ସଂଘ ସମ୍ପର୍କରେ ବିଶଦ ଆଲୋଚନା କରି ଥିଲେ।ବଲାଙ୍ଗିର ଜିଲ୍ଲା ଶାଖା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜି, ବିମଳ ଚରଣ ହୋତା 

ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ "ଗଣମାଧ୍ୟମର କଣ୍ଠରୋଧ" ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ସଦସ୍ୟ ରୋହନ ମହତ୍ ଜିଲ୍ଲାରେ ଚାଲିଥିବା ଦାଦନ ଶ୍ରମିକର ସମସ୍ୟା ଉପରେ ତଥା ସମ୍ବାଦ ପରିବେଷଣ ବେଳେ ଉପୁଜୁ ଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ।ସେହିଭଳି ସଦସ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ ସଂଘରେ ସଂଘୀୟ ମନୋଭାବ କିଭଳି ରହିବ ସେ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ। ଲୋଇସିଂହା ସମ୍ବାଦ ଖବରକାଗଜର ସାମ୍ବାଦିକ ବିମଳ ଚରଣ ହୋତା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ପୂର୍ବରୁ ସାମ୍ବାଦିକତା କରୁଥିବା ସାମ୍ବାଦିକ ମନେ କିଭଳି ସମ୍ବାଦ ପରିବେଷଣ କରୁଥିଲେ ଏବଂ ସେତେବେଳେ ସାମ୍ବାଦିକ ମନେ କିଭଳି ସମ୍ମାନ ପାଉଥିଲେ ସେ ସମ୍ପର୍କରେ ଅନେକ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଠିକ୍ ଭାବେ ନିଜର ସ୍ୱାଭିମାନ ରଖି ସାମ୍ବାଦିକତା କରିବା ପାଇଁ ସୂଚାଇ ଦେଇଥିଲେ। ତୁଳସୀ ଜଗତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଆଇନ୍ ପ୍ରଣୟନ କରିବା ଦିଗରେ ସରକାର ଦୃଷ୍ଟି ଦେବାପାଇଁ କହିଥିଲେ। ଏସୟୁଜେ ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀ ଗଣମାଧ୍ୟମର କିଭଳି କଣ୍ଠରୋଧ କରା ଯାଉଛି ଏବଂ ସାମ୍ବାଦିକ ମାନେ ବିଭିନ୍ନ ସମୟରେ ସମ୍ବାଦ ଅନ୍ୱେଷଣରେ ଗଲାବେଳେ କିଭଳି ହଇରାଣ ହେଉଛନ୍ତି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ଶରତ କୁମାର ମହାକୁର ଦ୍ଵିବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ 

ରଘୁନନ୍ଦନ ସିଂହ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇ ଥିଲେ। ଯୁବ ସାମ୍ବାଦିକ ଅଭିଳାଷ ହୋତା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଦେଇଥିଲେ। ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ଅବସରରେ ମନୋନୟନ କରାଯାଇ ନୂତନ ଜିଲ୍ଲା କମିଟି ଗଠନ କରାଯାଇ ଥିଲା।ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜି ନୂତନ ପଦାଧିକାରୀ ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଜିଲ୍ଲା ସଭାପତି ଭାବେ ଶରତ କୁମାର ମହାକୁର, କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ଶତପଥୀ, ଉପସଭାପତି ଲିମାଇ ଚରଣ ମହତ୍ (ରୋହନ) କଣ୍ଟାବାଞ୍ଜି, ସାଧାରଣ ସମ୍ପାଦକ ରଘୁନନ୍ଦନ ସିଂହ, ସମ୍ପାଦକ ନିରୋଜ୍ ମିଶ୍ର,ସଂଗଠନ ସମ୍ପାଦକ ପବନ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ଶ୍ରୀମନ୍ତ ପଣ୍ଡା ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଲୋଇସିଂହାର ଦୈନିକ ଖବର କାଗଜ ସମ୍ବାଦର ସାମ୍ବାଦିକ ବିମଳ ଚରଣ ହୋତା ମନୋନୀତ ହୋଇଥିଲେ।ସେହିପରି କାର୍ଯ୍ୟକାରିଣୀ ସଭ୍ୟ ଭାବେ ବାଳକୃଷ୍ଣ ଷଡ଼ଙ୍ଗୀ, ତୁଳସୀ ଜଗତ, ଯୁଗଳ ଶବର,ଚିତ୍ରସେନ ବେହେରା, ମହେନ୍ଦ୍ର ପଧାନଙ୍କ ନାମ ଘୋଷଣା କରାଯାଇଥିଲା।
ଏସୟୁଜେ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଆଗଧାଡ଼ିର ସାମ୍ବାଦିକ ଏହି ସଂଘରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ ଠାକୁର, ବିନୋଦ ଦୀପ, ରାଧାକୃଷ୍ଣ ମିଶ୍ର, ଶିକ୍ଷାବିତ୍ ମନୋରଞ୍ଜନ ସାହୁ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026

You Might Also Like