-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
ବଲାଙ୍ଗୀର (ପ୍ରେରଣା ଖବର): ଓବିସି ମଞ୍ଚ ପଦ୍ମପୁର ଉପଖଣ୍ଡ ସ୍ତରୀୟ ୭୫ ବର୍ଷ ପୂର୍ତ୍ତି ଅବସରରେ"ସମ୍ବିଧାନ ଦିବସ "ନୃସିଂହନାଥ ଯାତ୍ରୀନିବାସ ସଭାଗୃହ ଠାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପlତ୍ରଙ୍କ ପୁରୋହିତ୍ୟରେ ପାଳିତ ହୋଇଯାଇଛି l ସମ୍ବିଧାନ ଓବିସି ମାନଙ୍କୁ ଭାରତର ସମ୍ରାଟ ହେବା ପାଇଁ ସୁଯୋଗ ଦେଇଥିବା ସତ୍ୱେ ଆମେ ତାକୁ ବାରମ୍ବାର ହାତଛଡ଼l କରୁଥିବା ଆଲୋଚ୍ୟ ବିଷୟ ଥିଲା l ଓଡିଶା ସରକାର ଏସ୍ ଇ ବି ସି ନାଁ ରେ ଓବିସି ମାନଙ୍କୁ ଦୀର୍ଘ ବର୍ଷ ହେଲା ଭୁଆଁ ବୁଲେଇବାରେ ଚାଲିଛନ୍ତି, ତାକୁ କେବେ ବି ବରଦାସ୍ତ କରାଯିବ ନାହିଁ l ଓଡିଶା ସରକାରଙ୍କୁ କେବଳ ଗୋଟିଏ ମାତ୍ର ଭୟ, କାଳେ ଓବିସି ମାନେ ଜାଗ୍ରତ ହେଇ ଯିବେ କି ? ତେଣୁ ଗାଁ ରୁ ରାଜ୍ୟ ଯାଏ ସମସ୍ତ ଓବିସି ଏକଜୁଟ ହୋଇ ଓବିସି କୃଷକ ମଞ୍ଚ, ଯୁବ ଛାତ୍ରଛାତ୍ରୀ ମଞ୍ଚ, ଇତ୍ୟାଦି ଓବିସି ନାଁ ରେ ଗଠନ ପାଇଁ ନିଷ୍ପତି ନିଆଗଲା l ରାଜ୍ୟର ବିଭିନ୍ନ ଜିଲ୍ଲାରୁ,ପ୍ରଦେଶୀ ବିଶ୍ୱାଳ, ବ୍ରଜଭୁଷଣ ସାଏ ସରୋଜ କୁମାର ମେଶ୍ଵା, ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ, ଗଣେଶ ବାରିକ, ଶଙ୍କର୍ଷଣ ନାଗ, କୁବେର ରଣା,ପିତାମ୍ବର ସାହୁ, ସଦାନନ୍ଦ ବଢ଼େଇ,ପ୍ରଶାନ୍ତ ବାଗ,ଜଗତ ବାରିକ, ତ୍ରିଲୋଚନ ମେହେର, ମହେନ୍ଦ୍ର ସାହୁ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡୋଲମଣୀ ମାହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l