-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
ଲୋଇସିଂହା, (ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବନ୍ଧଲିପଡ଼ା ଗ୍ରାମର ଜଣେ ଯୁବକ ନିଜ ଫାର୍ମ ହାଉସ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରୁ ପ୍ରକାଶ l ତାଙ୍କ ନାମ ବିଷ୍ଣୁ ପ୍ରସାଦ ପଧାନ (୪୮) ବୋଲି ଜଣାପଡିଛି। ଆଜି ପରିବାର ଲୋକେ ବିଷ୍ଣୁ ଙ୍କୁ ଘରେ ନପାଇ ଖୋଜାଖୋଜି କରିଥିଲେ l ପରେ ତାଙ୍କ ଫାର୍ମ ହାଉସ କୁ ଯାଇ ବିଷ୍ଣୁ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ l ପରେ ତାଙ୍କ ପରିବାର ଲୋକେ ତୁରନ୍ତ ଲୋଇସିଂହା ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ଲୋଇସିଂହା ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନା କୁ ପଠାଇଛନ୍ତି l ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀଣି ଯାଜ୍ଞସେନୀ ନାୟକ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ ବିଷ୍ଣୁ ବିବାହିତ ଅଟନ୍ତି ଓ ତାଙ୍କ ର ଏକ ପୁତ୍ର ସନ୍ତାନ ଅଛନ୍ତି। ବିଷ୍ଣୁ ଜମି ଠକେଇ ର ଶିକାର ହୋଇଥିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l