-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
19-Nov-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ପର୍ଲିମାଲ ଗାଁ ରେ ୧୨ ତମ ବିରାଟ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ତୃତୀୟ ରଜନୀ ରେ ପହଞ୍ଚି ଯାଇଛି। ତୃତୀୟ ରଜନୀ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଯୁକ୍ତ ନିରଞ୍ଜନ ବିଶି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଆଲୋକ ପାଣିଗ୍ରାହୀ ଯୋଗଦାନ କରି ଦର୍ଶନ ଲାଭ କରିଥିଲେ। ବାଲିଯାତ୍ରା କମିଟିର ସଭାପତି ବିଶ୍ବଜିତ ମେହେର ଙ୍କ ସମେତ ଗ୍ରାମ ର ଯାତ୍ରା କମିଟି ସଦସ୍ୟ ଙ୍କ ସହିତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଯାତ୍ରା ର ଜନଗହଳି ରେ ପରିକ୍ରମା କରି ଉପଭୋଗ କରିଥିଲେ। ନିଜ ଅଞ୍ଚଳର କଳା ସଂସ୍କୃତି କୁ ବଜାୟ ରଖିବା ସହ ଆଗାମୀ ଦିନରେ ଆହୁରି ସୁଦୃଢ଼ ଭାବେ ଯାତ୍ରା କରିବାକୁ ଶ୍ରୀ ବିଶି ପରାମର୍ଶ ଦେଇଛନ୍ତି।ଯାତ୍ରାଟି ୧୫ ତାରିଖ ରୁ ଶୁଭାରମ୍ଭ ହୋଇଥିବା ବେଳେ ୨୧ ତାରିଖ ଦିନ ସମ୍ପନ୍ନ ହେବାକୁ ଯାଉଛି। ପ୍ରଥମ ରାତିରେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ରହିଥିବାବେଳେ ଦ୍ବିତୀୟ ରଜନୀ ରେ ଚିନାଗୁଡା ର ଦଣ୍ଡନୃତ୍ୟ ରହିଥିଲା।୧୮ ତାରିଖ ରଜନୀ ରେ ଦଣ୍ଡନୃତ୍ୟ ହୋଇଥିବା ବେଳେ ୧୯ ତାରିଖ ସାହାଜପାଣୀ ଦଣ୍ଡନୃତ୍ୟ ରହିଛି।୨୦ ତାରିଖ ଦିନ ମାଁ ଭବାନୀ ମେଲୋଡି ରହୁଥିବା ବେଳେ ବହୁତ ଭିଡ଼ ଜମିବାର ସମ୍ଭାବନା ରହିଛି ଏବଂ ଶେଷ ରଜନୀ ରେ ବରଗଡ଼ ଦଣ୍ଡନୃତ୍ୟ ହେବ ବୋଲି ଜଣାପଡିଛି। ମୁଖ୍ୟ ଆକର୍ଷଣ ରେ ମୀନା ବଜାର ରହୁଥିବା ଯୋଗୁଁ ଉପଭୋଗ କରିବା ପାଇଁ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି ।