-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଳମୁଣ୍ଡା ଗ୍ରାମରେ ତୃତୀୟ ତମ ବ୍ଲକ ସ୍ତରୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାଁ ମାହେଶ୍ୱରୀ ଙ୍କ ପ୍ରାଙ୍ଗଣ ରେ ପୂଜାଅର୍ଚ୍ଚନା କରି ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ବାଘ ଫିତା କାଟି ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ପ୍ରତିଯୋଗିତା ରେ ସୁବଳୟା, ବୀରମହାରାଜପୁର ଗେଲେକ୍ସି, ଦେଉଳମୁଣ୍ଡା ବ୍ୟାଡମିଣ୍ଟନ ଗାଲକ୍ସୀ ଓ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ସମୁଦାୟ ୧୭ ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବୀରମହାରାଜପୁର ଗେଲେକ୍ସି ର ଗୋପୀନାଥ ମହାକୁର ଓ ପ୍ରିୟବ୍ରତ ଜଗଦଳା ବିଜେତା ହୋଇଥିବାବେଳେ ଉପବିଜେତା ବୀରମହାରାଜପୁର ର ମୋନଜ ଝଙ୍କାର ଓ ଜଗା ମେହେର ହୋଇଛନ୍ତି। ଏହି ପ୍ରତିଯୋଗିତାରେ ସର୍ବୋତ୍ତମ ସ୍ୱେଚ୍ଛାସେବୀ ହିସାବରେ ଗଙ୍ଗାଧର ନାୟକ ଓ ପ୍ରଦ୍ୟୁମ୍ନ ଚାନ୍ଦ କୁ ସମ୍ବିର୍ଦ୍ଧିତ କରାଯାଇଥିବାବେଳେ ସର୍ବୋତ୍ତମ ଖେଳାଳି ହିସାବରେ ମନୋଜ ଝଙ୍କାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ହିସାବରେ ପୂର୍ବତନ କ୍ରୀଡା ଶିକ୍ଷକ ନେରେନ୍ଦ୍ର ଚାନ୍ଦ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ବାଘ, ଶିକ୍ଷକ ଗୋପବନ୍ଧୁ ଭୋଇ ସମେତ ଅନୁଷ୍ଠାନ ର ସଭାପତି ସତ୍ୟନାରାୟଣ ଚାନ୍ଦ,ସମ୍ପାଦକ ଜିତେନ୍ଦ୍ର କୁମାର ଚାନ୍ଦ,ବରିଷ୍ଠ ଖେଳାଳି ମନୋରଞ୍ଜନ ଚାନ୍ଦ,ରାଧାକାନ୍ତ ବାଗ ,ଶୁଭ୍ରାଂଶୁ ପାଢ଼ୀ,ଯୁବ ଖେଳାଳି ଅକ୍ଷୟ ଚାନ୍ଦ,ସୁଜିତ ଛନ୍ଦ, ଶୁଭେନ୍ଦୁ ଚାନ୍ଦ, ଧ୍ରୁବଚରଣ ବାଗ ଓ ପ୍ରାଣବନ୍ଧୁ ଭୋଇ ପ୍ରମୁଖ ପରିଚାଳନା କରିଥିଲେ।ଅଞ୍ଚଳର ଅନେକ ଦର୍ଶକ ଭରପୁର ମଜା ନେଇଥିଲେ।ଖେଳ ମାଧ୍ୟମରେ ଏକ ସୁନ୍ଦର ସ୍ୱାଠ୍ୟ ଗଠନ ପାଇଁ ଏକ ବାର୍ତ୍ତା ସ୍ୱରୂପ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିବା କହିଥିଲେ ସମ୍ପାଦକ ଜିତେନ୍ଦ୍ର ଚାନ୍ଦ। ବରିଷ୍ଟ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ଓ ଗିରିଧାରୀ ହୋତା ଖେଳ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଶୁଭ୍ରାଂଶୁ ପାଢ ଧାରାବିବରଣୀ ପ୍ରଦାନ କରିଥିଲା