-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2024
(ପଞ୍ଚାନନ ନାଏକ )
ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିର ସଭା ଗୃହରେ ଅନୁଷ୍ଠିତ ହୋଇ ଥିବା ଜାତୀୟ ପ୍ରେସ ଦିବସରେ ପ୍ରେରଣା ଖବରକାଗଜର ଯୁବ ସାମ୍ବାଦିକ ପଞ୍ଚାନନ ନାଏକଙ୍କୁ ଟିଟିଲାଗଡ ବିଧାୟକ ନବୀନ ଜୈନ ସମ୍ମାନିତ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ । ପୂର୍ବ ସାମ୍ବଦ ଓ ଏବେ କାର ସମ୍ବାଦ ପରିବେଷଣ ରେ ଅନେକ ପରିବର୍ତ୍ତିନ ହୋଇଛି। ଏବେ ଡିଜାଟାଲ ଯୁଗ ପାଇଁ ଅନେକ ଗୁଜବ ପ୍ରଚାର ହେଉଛି ସମ୍ବାଦ ପରିବେଷଣରେ ସାମ୍ବାଦିକଙ୍କ ନିରପେକ୍ଷତା ବଜାୟ ରହୁ ଏବଂ ସଠିକ ଖବର ଲୋକ ଙ୍କ ପାଖରେ ପହଞ୍ଚୁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଗୁଡଭେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା, ତୁଷୁରା ଥାନା ଅଧିକାରୀ ମନୋଜ ପ୍ରଧାନ, ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି , ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଯୋଗଦେଇଥିଲେ। ଗୋ ସେଵା ପାଇଁ ତୁଷୁରା ବଜରଙ୍ଗ ଦଳ ଓ ପ୍ରାଣୀ ସୁରକ୍ଷା ନେଇ ଅଭିଳାଷ ବାଗ ଓ ସାମ୍ବାଦିକ ମାନଙ୍କୁ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା l ସାମ୍ବାଦିକ ମନୀଷ ଅଗ୍ରୱାଲ ମଞ୍ଚପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ପ୍ରକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ସାମ୍ବାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ, ମନୋଜ ଜେନ ,ବିନୋଦ ସୁନା, ସରୋଜ ଥନାପତି,ଦୈତାରୀ ଆଚାର୍ଯ୍ୟ,ଶେଷଦେବ ମେର୍ଲି, ରଞ୍ଜନ ବାଗ, ଶମ୍ଭୁପ୍ରସାଦ ସାହୁ,ହରିଶଙ୍କର ବାଗ, ରିଙ୍କୁ ବିଶ୍ୱାଳ, ଚୈତନ ସାହୁ, ପଞ୍ଚାନନ ନାଏକ ପ୍ରମୁଖ ସହଯୋଗ କରିଥିଲେ l