-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2024
ବଲାଙ୍ଗୀର: ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡ୍ କ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦ୍ ଯାପିତ ହେଲା । ଉଦ୍ ଯାପନୀ ଉତ୍ସବରେ ବଲାଙ୍ଗୀର ଉପଜିଲ୍ଲାପାଳ ଶ୍ରୀ ପବିତ୍ର କୁମାର ବେହେରା ମୁଖ୍ଯ ଅତିଥି ତଥା ସମ୍ମାନୀତ ଅତିଥି ଭାବରେ ଡ଼ଃ ଶ୍ରୀକର ମିଶ୍ର ଏବଂ ସଭାପତି ସରକାରୀ
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିବିରାର୍ଥୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବଲାଙ୍ଗୀରର ଜିଲ୍ଲା ସଂଯୋଜକ ଡ଼ଃ ଦୈତାରୀ ପୁଜାରୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡ୍ କ୍ରସର ପରାମର୍ଶଦାତା ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ଦାସ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶେଷରେ ସୁଶ୍ରୀ ଦାସ
ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ପଦଯାତ୍ରା , ଯୋଗ, ଏବଂ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, ତର୍କ, ନୃତ୍ଯ, ସଂଗୀତ ଏବଂ ଚିତ୍ରାଙ୍କନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା କୃତି ପ୍ରତିଯୋଗିନୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ବବିତା ମାଝି ପୁରସ୍କୃତ ହୋଇଥିଲେ । ବଲାଙ୍ଗୀର ଜିଲ୍ଲାର ୪୨ଟି ମହାବିଦ୍ୟାଳୟର ୧୩୨ଜଣ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ଦାସଙ୍କୁ ସମ୍ମାନୀତ କରାଯାଇଥିଲା।