-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Nov-2024
ତୁଷୁରା (ପଞ୍ଚାନନ ନାଏକ) ବିନା ବିଜ୍ଞାପନରେ ତିନି ଜଣଙ୍କୁ ନିଯୁକ୍ତ ଦେବା ନେଇ କ୍ଷୋଭ ପ୍ରକାଶ କଲେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ନବୀନ ଜୈନ। ଶୁକ୍ରବାର ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଯୋଜିତ ରୋଗୀ କଲ୍ୟାଣ ସମିତିର ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜୈନ କହିଥିଲେ ଯେ, ବିଜ୍ଞାପନ ନଦେବାରୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ମାନେ କିଛି ଜାଣି ନାହାଁନ୍ତି। ଆଉ ତିନି ଜଣ ଯୁବକଙ୍କୁ ନିଯୁକ୍ତି ଦିଆଯାଇ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡାକ୍ତର ତାନୀୟା ଜୈନ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ସମିତିସଭ୍ଯ ଅଶୋକ ଚନ୍ଦ୍ର ଦୋରା, ବ୍ଳକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ଯୋଗଦେଇ ଥିଲେ। ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ପାନୀୟଜଳ, ରୋଗୀ ମାନେ ବସିବା ପାଇଁ ବେଞ୍ଚ ଆଦି ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ବ୍ଳକ ଗୋଷ୍ଠୀ ଅତିରିକ୍ତ ଅଧିକାରୀ ସୂରଜ ବେହେରା ଓ ବିଭିନ୍ନ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଫକୀର ଚରଣ ବାଗ ଧନ୍ୟବାଦ ଅର୍ପଣ କଲେ।