-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ କୁ ଗତ ତା ୦୧/୧୧/୨୪ ରିଖ ଦିନ କାର୍ଯ୍ୟାଳୟ କକ୍ଷ ରେ ହୋଇଥିବା ଆକ୍ରମଣ ର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଏଏସ ଅଧିକାରୀ ସମୂହ ଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଡ଼ିଓ ସୋନପୁର ଶ୍ରୀ ସ୍ୱାଇଁ ଙ୍କୁ ଅଫିସ କାର୍ଯ୍ୟାଳୟ ରେ ଜୈନେକ ନିୟୁଜ 7 ଜିଲ୍ଲା ପ୍ରତିନିଧି ଧୀରେନ୍ଦ୍ର କୁମାର ଦାନୀ ଅଶାଳୀନ ଭାଷା କହିବା ସହ ମରନାନ୍ତକ ଆକ୍ରମଣ କରିଥିଲେ, ଯାହା ବିଡ଼ିଓ ଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥିବା ବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ ଜିଲ୍ଲାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଡ଼ିଓଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରତିବାଦ ରେ ଜିଲ୍ଲାର ସମସ୍ତ ଓ ଏ ଏସ ଅଧିକାରୀ ସମୂହ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସ୍ତରୀୟ ଓ ଏ ଏସ ସଙ୍ଘ ଙ୍କୁ ଏହାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରାଯାଇଛି। ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଓଡିଶା ପ୍ରଶାସନିକ ଅଧିକାରୀ ଯୋଗଦାନ କରିଥିଲେ।