-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସୋନପୁର ରେ ଚିତ୍ରଗୁପ୍ତ ପୂଜା ମହାସମାରୋହ ରେ ପାଳିତ

04-Nov-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ )  ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି  ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତ କାଲି ମହାସମାରୋହରେ ଚିତ୍ରଗୁପ୍ତ କଲ୍ୟାଣ ସମିତି ଗୃହ ପରିସରରେ ପାଳିତ ହୋଇ ଯାଇଛି । ପୁଜା ପ୍ରାରମ୍ଭ ପୁର୍ବଦିନ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ନିଜସ୍ୱ ଗୃହ ଠାରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ସହର ର ଘୋଡ଼ାଘାଟପଡା ସ୍ଥିତ ମହାନଦୀର କଦମ୍ବ ଘାଟକୁ ଯାଇ ପୁଜକ ଦାମୋଦର ନାଏକଙ୍କ ଦ୍ୱାରା ପୁଜା କରାଯାଇ ପୁର୍ଣ୍ଣ କଳସ ଧରି ଫେରିଥିଲେ । 
ଏହିି ପୁଜାରେ କର୍ତ୍ତା ଭାବରେ ଆକାଶ ବିଦ୍ୟାଧର ଓ ତାଙ୍କ ସହଧର୍ମ ପତ୍ନୀ ପୂଜା ବିଦ୍ୟାଧର କାର୍ଯ୍ୟ ନିର୍ବାହ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ବ୍ଲକ ତଥା ପଡୋଶୀ ଜିଲ୍ଲା ବଉଦ ଜିଲ୍ଲାରୁ ଛଅ ଶହ ରୁ ଉର୍ଦ୍ଧ କରଣ ସମାଜର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । 
ମଧ୍ୟାହ୍ନରେ କରଣ ସମାଜର ଏକ ମହାସଭାରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱ କରିଥିବା ମୁଖ୍ୟ ଅତିଥି ଭାବରେ ଉମେଶ ପ୍ରସାଦ ଦାନୀ, ଡ.ଜ୍ୟୋତି ରଂଜନ ବହିଦାର ମୁଖ୍ୟବକ୍ତା ଓ କରଣ ସମାଜର କୋଷାଧକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗଦେଇ ଯେଉଁ ଜାତି ଯେତେ ଉଚ୍ଚ ହୋଇଥାଏ ସେଠାରେ ମହିଳା ଙ୍କ ଭୂମିକା ମୁଖ୍ୟ ରହିଥାଏ l ମାଦଳା ପାଞ୍ଜି ରେ କରଣ ଶବ୍ଦ ର ବହୁବାର ଉଲ୍ଲେଖ ରହିଛି l ଏପରି କି କରଣ ଙ୍କ ଉତ୍ପତି ଦୁଇ ହଜାର ବର୍ଷ ପୂର୍ବ ବୋଲି ଜଣାଯାଏ l ଜାତୀୟ ପତାକା ତଳେ ଯେପରି ଅଶୋକ ଚକ୍ର ଚିହ୍ନ ରହିଥାଏ କରଣ ସମାଜ ର ତଳେ କଲମ ଓ ଦୁଆତ ର ଚିହ୍ନ ରହିଥାଏl ସଭ୍ୟ ମାନଙ୍କୁ ଆହ୍ୱାନ ଦେଇ ଯେତେ ବାଧା ବିଘ୍ନ, ପ୍ରତିବନ୍ଧକ ଆସିଲେ ମଧ୍ୟ ଆଗକୁ ବଢିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ l ଦେବାଶିଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ସମାଜ ର ବାଇ ଲ ଅନୁସାରେ ପ୍ରତ୍ୟେକ ଦୁଇ ବର୍ଷ ରେ କର୍ମକର୍ତ୍ତା ନିର୍ବାଚନ ହୋଇ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ସଭାପତି ପ୍ରକାଶ ଚନ୍ଦ୍ର ଵେବର୍ତ୍ତା, ଉପସଭାପତି ଅକ୍ଷୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦେବେ କିଶୋର ଦାନୀ ଓ କୋଷାଧକ୍ଷ ଭାବରେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି l ଏହା ସହିତ ଆସନ୍ତା ବର୍ଷ ର କର୍ତ୍ତା ଭାବରେ ପ୍ରଭାତ କିଶୋର ଦାନୀ ଓ ମଲ୍ଲିକା ଦାନୀଙ୍କୁ ଚୟନ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମ କୁ ଦେବାଶିଷ ପଟ୍ଟନାୟକ ସଂଯୋଜନା କରିଥିଲେ l ପୁଜାର ମହା ଆଳତୀ ପରେ ସାମୁହିକ ପ୍ରସାଦ ସେବନ କରାଯାଇ ଥିଲା । ଏହା ପରେ ସମାଜ ତରଫରୁ ରଙ୍ଗୋଲି, ନାଚ, ମ୍ୟୁଜିକ ଚେଆର, ଚିତ୍ରାଙ୍କନ, କୌତୁକ ଆଦି ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା l ଅନୁଷ୍ଠାନର ଦ୍ୱିତିୟ ଅଧିବେସନରେ ମୁଖ୍ୟ ଅତିଥି ଏପିଡି ଡିଆରଡ଼ିଏ ଶୈବାଲିଣୀ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ କରଣ ସମାଜର ଗର୍ବ ଓ ଗୌରବ ତରଭା ବ୍ଲକ ଅତରଡା ଗ୍ରାମ ର ସୁଶ୍ରୀ ନିଲକାନ୍ତି ପଟ୍ଟନାୟକ ସମ୍ମାନୀତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଆଜି ଚିତ୍ରଗୁପ୍ତ ମହାପ୍ରଭୁ ଙ୍କୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ପରେ ମହାନଦୀ ରେ ବିସର୍ଜନ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀକାନ୍ତ ମହାନ୍ତି, ଶରତ ମହାପାତ୍ର, ରାଜେଶ କୁମାର ପଟ୍ଟନାୟକ, ଶଙ୍କର୍ଶଣ ପଟ୍ଟନାୟକ, ତାପସ ମହାନ୍ତି, ରଜତ ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି,  ଚେରୁ ମହାନ୍ତି, ଲକ୍ଷଣ ବହିଦାର, ଦୁର୍ଗା ମାଧବ ବହିଦାର, ଦିବ୍ୟ ପ୍ରକାଶ ପଟ୍ଟନାୟକ, ନଗେନ ବିଦ୍ୟାଧର, ପ୍ରଭାତ କିଶୋର ଦାନୀ ଆଦି ସଭ୍ୟ ସକ୍ରିୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like