-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ଫୁଲବାଣୀ /ଫିରିଙ୍ଗିଆ( କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଶ୍ରୀ ଅଶୋକ ପାଢ଼ୀ ଭିଜିଲାନ୍ସ ଦ୍ୱାରା ଦ୍ୱାରା ଗିରଫ ହୋଇଛନ୍ତି | ବିଭାଗୀୟ ସୂଚନା ପ୍ରକାରେ ଏକ ସରକାରୀ କ୍ଵାଟର ମରାମତି କାର୍ଯ୍ୟର ଫାଇନାଲ ବିଲ କରାଇଦେବା ପାଇଁ ଠିକାଦାର ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ ର ପୂର୍ବ ପ୍ରସ୍ତୁତି ପ୍ରକାରେ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ ଙ୍କୁ ଲଞ୍ଚ ଗ୍ରହଣ କରୁଥିବା ଦଶ ହଜାର ଟଙ୍କା ଜବତ କରିବା ସହିତ ଗିରଫ କରାଯାଇଛି | କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କର ଗିରଫ ସହିତ ଏକାଥରେ ତାଙ୍କର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି, ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ସ୍ଥାନ ଚଢ଼ାଉ ସମୟରେ କଣ ବ୍ୟାଜ୍ୟାପ୍ତି କରାଯାଇ ପାରିଛି କି ନାହିଁ, ସଠିକ ତଥ୍ୟ ଆମର ହସ୍ତ ଗତ ହୋଇ ପାରିନାହିଁ | ବର୍ତ୍ତମାନ କଂନିଷ୍ଠ ଯନ୍ତ୍ରୀ ଶ୍ରୀ ଅଶୋକ ପାଢ଼ୀ ବିରୁଦ୍ଧରେ ଭିଜିଲାନ୍ସ କେଶ ନଂ 9 ତା, 3/11/2024,U/ସ 7PC ବିଏନଏସ ଆକ୍ଟ 2018 ପ୍ରକାରେ ଦୁର୍ନୀତିରେ ଜଡିତ ଅପରାଧିକ ମାମଲାରେ ଅଭିଯୁକ୍ତ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି |