-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ(କପିଳମୂନୀ ଆଶ୍ରମ)ର ସାଧାରଣ ବୈଠକ ସ୍ଵାମୀ ସୋମବେଶ ସରସ୍ଵତୀଙ୍କ ଅଧ୍ୟକ୍ଷତାରେ କୁଢାରିଫସା ଗ୍ରାମରେ ରବିବାର ଅନୁଷ୍ଠିତ ହୋଇଥିଲା।ରାଜକୁମାର ସେଠ, ପ୍ରଶାନ୍ତ ମାଝି, ଦେବେନ୍ଦ୍ର ଜାଲ, ସୁଫଳ କରୁଆଁ, ତୁଳସୀ ଭୁଏ ଓ କୁଶ ମାଝୀଙ୍କୁ ନେଇ ଗଠିତ ସଭାପତି ମଣ୍ତଳୀ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉପରେ ନଜର ରଖିବାକୁ ଚର୍ଚ୍ଚା କରାଯାଇଛି। ପରିଷଦର ଆବାହକ ରବି ନାରାୟଣ ସାହୁ ଓ ଗିରୀଶ ଚନ୍ଦ୍ର ଡନସନା ବୈଠକ ପରିଚାଳନା କରିଥିଲେ। ସଙ୍ଗଠନର ପୂର୍ବତନ ଆବାହକ ସ୍ୱର୍ଗତ ନିରଞ୍ଜନ ବିଦ୍ରୋହୀ ଓ ସଂଗ୍ରାମୀ ହରେକୃଷ୍ଣ ଭଏଁସାଲଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ସ୍ଵାମୀ ସୋମବେଶ ବର୍ତ୍ତମାନ ଗନ୍ଧମାର୍ଦ୍ଦନରେ ପୁଣି ଖଣି ଖନନ ପାଇଁ ଚାଲିଥିବା ମସୁଧା ସମ୍ପର୍କରେ କହିଥିଲେ।
ଗୁପ୍ତେଶ୍ୱର ବାରିକ, କ୍ଷେତ୍ରୀ ଲୁହାର, ନରସିଂହ ବନଛୋର, ଗୌରସେନ ଧରୁଆ, ରାମ କିଶନ ବିଶ୍ୱାଳ, ଦଶରଥ ବିନାଟ, ଧବଳେଶ୍ଵର ସାହୁ, ସା ରାଜନାରାୟଣ ସାହୁ ଓ ଜୟସିଂ ପୂଜାରୀଙ୍କ ନେତୃତରେ ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ବିରୋଧ କରି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ପ୍ରସ୍ତାବିତ ବରଗଡ଼- ନୂଆପଡ଼ା ରେଳଲାଇନକୁ ଗନ୍ଧମାର୍ଦନ ପର୍ବତ ନିକଟସ୍ଥ କୌଣସି ଗାଁ ଭିତରେ ଯିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ହେବାକୁ ଥିବା ସମାବେଶରେ ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି। ସଭା ଶେଷରେ ସୁଧାଂଶୁ ଶେଖର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।