-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ଅତାବିରା (ଆକାଶ ମିଶ୍ର): ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟଶମ୍ଭୁ ବାବା ବିଶେଶ୍ୱର ପୀଠ ସରଣ୍ଡା ରେ ଅତାବିରା ହାଇସ୍କୁଲ ର ୧୯୮୩ ବ୍ୟାଚ ର ଛାତ୍ରଛାତ୍ରୀ ନିଜ ସପରିବାର କୁ ନେଇ ସଂଯୋଜକ ବଳରାମ ସାହୁ ଙ୍କ ଆହ୍ବାନ କ୍ରମେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ୍ଧୁ ମିଳନ ପର୍ବ ମହା ସମାରୋହ ସହ ପାଳିତ ହୋଇ ଯାଇଛି।ଏହି ଅବସରରେ ରୁଦ୍ରାଭିଷେକ ଓ ମହା ମୃତ୍ୟୁଞ୍ଜୟ ଜପ ରେ ସପତ୍ନିକ ମହେନ୍ଦ୍ର ପ୍ରଧାନ ଓ କମଳ ପାତ୍ର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ବାବୁଲା ପାଣ୍ଡିଆ ପୂଜା କାର୍ଯ୍ୟ ପାଇଁ ବରଣ ହୋଇ ଥିଲେ।ସମସ୍ତ ସହପାଠୀ ବନ୍ଧୁ ମାନଙ୍କୁ ନେଇ ଏକ ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା। ଧରା ଧାମ ରୁ ବିଦାୟ ନେଇ ସାରି ଥିବା ବନ୍ଧୁ ମାନଙ୍କ ସ୍ମୃତି ରେ ୨ ମିନିଟ ନୀରବ ପ୍ରାର୍ଥନା କରି ବିଶେଶ୍ୱର ବାବା ଙ୍କ ପୂଜାର୍ଚ୍ଚନା ସହ ଗୁରୁ ଶିଷ୍ୟ ପରମ୍ପରା କୁ ବଜାୟ ରଖି ନିଜ ବିଦ୍ୟାଳୟ ଶିକ୍ଷା ର ଗୁରୁ ମାନଙ୍କ ପାଦ ଧୌତ ପୂର୍ବକ ଫୁଲ ଚନ୍ଦନ ଉପ ଢୌକନ ଦେଇ ସମ୍ମାନିତ କରି ଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ଭୋଜରାଜ ସ୍ୱାଇଁ,ଦୁର୍ଯୋଧନ ପ୍ରଧାନ,ସଚ୍ଚିଦାନନ୍ଦ ପଣ୍ଡା,ଭରତ ସାହୁ ପ୍ରମୁଖ ଗୁରୁ ବୃନ୍ଦ ଛାତ୍ରଛାତ୍ରୀ ତଥା ତାଙ୍କ ପରିବାର ଜନ ଙ୍କୁ ଶୁଭାଶିର୍ବାଦ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନେ ନିଜ ପରିବାର କୁ ନେଇ ସେଇ ଅତୀତ କୁ ଫେରି ଯାଇ ଛାତ୍ର ସମୟର ଅନୁଭୂତି କୁ ମନେ ପକାଇ ନିଜ ନିଜ ଭିତରେ ହସ ଖୁସି ରେ ମଜ୍ଜି ଯାଇଥିଲେ।ଉପସ୍ଥିତ ୩୫ଜଣ ଛାତ୍ର ଓ ତାଙ୍କ ପରିବାର ବର୍ଗ ପରସ୍ପର ମଧ୍ୟରେ ଭାବ ବିନିମୟ ହୋଇ ନିଜ ନିଜ ସୁଖ ବାଣ୍ଟି ଅନ୍ୟ ର ଦୁଃଖ କୁ ଲାଘବ କରି ବନ୍ଧୁ ମିଳନ ର ଏକ ଅପୂର୍ବ ପରିବେଶ ସୃଷ୍ଟି କରିଥିଲେ।ଆସନ୍ତା ବର୍ଷ ପୁଣି କିଭଳି ଭାବେ ଏହି ବନ୍ଧୁ ମିଳନ କରାଯିବ ତାର ପୂର୍ବ ଯୋଜନା କରିବା ସହ ଅଶୋକ କୁମାର ପଣ୍ଡା,ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ଓ ରତ୍ନାକର ମହାପାତ୍ର, ଧର୍ମ ପତ୍ନୀ ମନୋରମା ମହାପାତ୍ର ନୂତନ କର୍ତ୍ତା ପାଇଁ ବରଣ ହୋଇଥିବା ଜଣାପଡିଛି।