-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ସ୍ଥିତ ଲାଲାଜୀ ଗୋପାଳଜୀ ସଂସ୍କୃତ ମହାବିଦ୍ୟାଳୟ ଠାରେ ରେଡ଼କ୍ରସ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ମିଶ୍ରଙ୍କ ପୈାରହିତ୍ୟରେ ଦିବା ୧୧ ଘଟିକା ସମୟରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ସାମୁହିକ ନାଗରିକ ସାଧୁତାର ଶପଥ ଗ୍ରହଣ କରିଥିଲେ। ସଂସ୍କୃତ ସାହିତ୍ୟ ଅଧ୍ୟାପକ ଭାଗିରଥି ପଣ୍ଡା ସ୍ୱାଗତ ସଂଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୈାହାନ ଜନସାଧାରଣଙ୍କ ହିତ ସାଧନ ପାଇଁ ସାଧୁତା ଓ ସ୍ୱଚ୍ଛତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ୟୁଥ୍ ରେଡ଼କ୍ରସ କାଉନସିଲର ଅଧ୍ୟାପକ ରମେଶ ଚନ୍ଦ୍ର ପୂଜାହାରୀ ଦୁର୍ନୀତିକୁ ମୂଳୋତ୍ପାଟନ କରି ରାଷ୍ଟ୍ରର ସମୃଦ୍ଧିରେ ସହାୟକ ହେବାପାଇଁ ନିଜସ୍ଵ ମତପ୍ରଦାନ କରିଥିଲେ।ସଭାର ସଂଯୋଜିକା ପ୍ରାଧ୍ୟାପିକା ମନ୍ଦାକିନୀ ପାଢୀ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟାପକ ସୀତାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅଧ୍ୟାପକ ପୈାଳସ୍ତ୍ୟ ସାହା, ବିଭୁତି ଗିରି, ସୁକାନ୍ତୀ ସାହୁ,ବିଜୟ ରଞ୍ଜନ ମେହେର ଓ ରାଜକୁମାର ମଲ୍ଲିକ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।