-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଲେ ଜଙ୍ଗଲ ସୁରକ୍ଷା କମିଟି,ନୂତନ ସୁରକ୍ଷା କମିଟି ଗଠନ

27-Oct-2024



କୋକସରା (ତ୍ରିନାଥ ବେଶ୍ରା )
ଧର୍ମଗଡ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ହେକ୍ଟର ପରିମିତ ବ୍ୟାପି ଅଞ୍ଚଳ ରେ ରହିଥିବା ବେଳେ କଳାହାଣ୍ଡି,ରାୟଗଡା, ନବରଙ୍ଗପୁର,ନୂଆପଡା ଓ ପଡୋଶୀ ଛତିଶଗଡ଼ ସୀମା କୁ ଲାଗି ରହିଛି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ମାଫିଆ ମାନେ ପ୍ରବେଶ କରି ଜଙ୍ଗଲ ର ସବୁଜିମା ପୂର୍ଣ୍ଣ ଅଞ୍ଚଳ କୁ ନଷ୍ଟ କରିବା ସହ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧ ରେ ମକାଚାଷ କରି ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ କୁ ନଷ୍ଟ କରି ଜୈବ ବିବିଧତା ନଷ୍ଟ କରିବା ସହ ସାହାଜଖୋଲ ଜଙ୍ଗଲ କୁ ପଦା କରି ଦେଉଛନ୍ତି। ଏନେଇ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ଓ ଭିଏସଏସ କମିଟି ପକ୍ଷରୁ ବିଗତ ବର୍ଷ ରେ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଜଙ୍ଗଲ ମାଫିଆ ଙ୍କ ଉତ୍ପାତ କମିବାର ନାଁ ଧରୁନାହି। ପ୍ରତିବର୍ଷ ସଂରକ୍ଷିତ ଜଙ୍ଗଲ ରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀ ନାମ କୁ ମାତ୍ର ଜଙ୍ଗଲ ସୁରକ୍ଷା ଦାୟିତ୍ୱ ରେ ରହିଥିବା ଭଳି ମନେ ହେଉଛି। 
ରବିବାର ଏ ନେଇ ଧର୍ମଗଡ ବନାଞ୍ଚଳ ବେହେରା ସେକ୍ସନ ଗୋତମୁଣ୍ଡା ବିଟ ଅଞ୍ଚଳ ରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ପକ୍ଷରୁ ଏକ ବୈଠକ ପାଣିନାଲା ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ ସାହାଜଖୋଲ ଜଙ୍ଗଲ ର ଅଧିଷ୍ଠାତ୍ରୀ ଦେବୀ ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କୁ ପୂଜାର୍ଚ୍ଚନା ପରେ ବୈଠକ ର ସଭାପତି ଜଙ୍ଗଲ ସୁରକ୍ଷା କମିଟି ର ଅସ୍ଥାୟୀ ସଭାପତି ବୁଣୁଧର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୁଖ୍ୟ ବକ୍ତା ଭାବେ ଭିଏସଏସ କମିଟି ସଭାପତି ଭଜମନ ନାଏକ  ସମ୍ମାନିତ ଅତିଥି ଭାବେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସୁଧୀର ବାଗ,ଲିଙ୍ଗରାଜ ନାଏକ, କୁଶଧ୍ଵଜ ନାଏକ, ସୁବାସ ଖର୍ସେଲ, ଭରତ ମାଝୀ,ପୂର୍ବତନ ସଭାପତି ଭୁଜବଲ ସୋରି,ତ୍ରିନାଥ ପୋଟା, ତ୍ରିନାଥ ପୁଝାରି, କୁମରମଣି ବାଗ, ନକୁଳ ନାଏକ, ରଘୁନାଥ ନାଏକ, ନେତ୍ରମଣି ନାଏକ, ଗଜିନ୍ଦ୍ର ଧ. ମାଝୀ, ଶୁକଚନ ଚଲାନ,ଡମ୍ବରୁ ମାଝୀ, ସଞ୍ଜୟ କାଣ୍ଡ,ସମାଜସେବୀ ହିମାଞ୍ଚଳ ପୁଝାରି ଓ ଶତାଧିକ ଜଙ୍ଗଲ ସୁରକ୍ଷା କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲ ର ସୁରକ୍ଷା ନେବାପାଇଁ ଶପଥ ନେଇଥିଲେ। ଏହି ବୈଠକରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ନୂତନ କମିଟି ଗଠନ କରାଯାଇଥିଲା ।ଏହି କ୍ରମ ରେ ୫୨ ଗୋଟି ଭି ଏସ ଏସ କମିଟି ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି।କ୍ରମେ ସଭାପତି ଭାବେ ଆଦିବାସୀ ଯୁବନେତା ହେମନ୍ତ କୁମାର ମାଝୀ, ଉପ ସଭାପତି ତ୍ରିନାଥ ପୋଟା,କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା,ସମ୍ପାଦକ ଭାବେ ଭଜମନ ନାଏକ,ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ,କୋଷାଧ୍ୟକ୍ଷ ଭୁଜବଲ ସୋରି,ପ୍ରମୁଖ ନୂତନ ଭାବେ କର୍ମକର୍ତ୍ତା ରୂପେ ମନୋନୀତ ହୋଇଛନ୍ତି। ଧର୍ମଗଡ ବନାଞ୍ଚଳ ବେହେରା ଓ ଆମପାଣି ସେକ୍ସନ ଜଙ୍ଗଲ ସୁରକ୍ଷା ପାଇଁ ଆଗାମୀ ଦିନରେ ଭିଏସଏସ କମିଟି ସହ ମିଳିତ ଭାବେ ପ୍ରାଣପଣେ ଚେଷ୍ଟା ଜାରି ରଖିବୁ ବୋଳି ନୂତନ ଭାବେ ମନୋନୀତ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like