-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ମା ନାରାୟଣୀ ଯୁବକ ସଂଘ ପକ୍ଷରୁ ୧୩ ତମ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ସହ ପାଲିତ ହୋଇଯାଇଛି। ପ୍ରାତଃ ସମୟରେ ମଣ୍ଡପ କରଣ,କର୍ମ ଆରମ୍ଭ, ସୂର୍ଯ୍ୟ ପୂଜା, ଦେବୀଙ୍କ ନେତ୍ର ଉଜ୍ଜ୍ୱଳନ ସହିତ ପୂଜାରମ୍ଭ ହୋଇଥିଲା। ସେହିପରି ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ଦେବାଦେବୀଙ୍କ ପୂଜା, ଗଜଲକ୍ଷ୍ମୀ ଙ୍କ ଷୋଡ଼ଶ ଉପଚାର ପୂଜା,ଗ୍ରହ ପୂଜା, ଅଗ୍ନି ସ୍ଥାପନ, ହୋମ, ଆଳତୀ ଓ ପୁଷ୍ପାଞ୍ଜଳି କରାଯାଇଛି। ଏଥିରେ ପୂଜକ ରାମ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଅଚ୍ୟୁତ ପଧାନ ଓ ଧର୍ମପତ୍ନୀ ଶିବାନୀ ପଧାନ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ପ୍ରତେହ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ କମିଟିର ମିଲୁ ପାତ୍ର ,ଭିବିଷ କର୍ଣ୍ଣ ,ବିମଳ କର୍ଣ୍ଣ ,ଦିବ୍ୟ ଦେହୁରୀ ,ଗୋପକର୍ଣ୍ଣ ,ଶିବ ପଣ୍ଡା ,ଜିବର୍ଧନ କର୍ଣ୍ଣ ,ରାମଦାଶ ଖେତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ମୁର୍ଷୁଣ୍ଢୀ, ବୀରମହାରାଜପୁର ସ୍ଥିତ ଶୀବାଜୀ କ୍ଳବ, କେନ୍ଦୁପାଲି, ବାଘମାରି, ପଥରଘାଟ, ସୁବଳୟା,ଟିକରପଡା, ଜନକପୁର, କମିରା, ଖଣ୍ଡହତା ପ୍ରଭୁତି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।