-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ଚାଷୀ ଚାଷୀଙ୍କ ମାନଦଣ୍ଡକୁ ସୁଦୃଢ କରିବାକୁ ଚାଷୀଙ୍କ ଜମିକୁ ପାଣି ଯୋଗାଇ ବାକୁ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରତି ଜିଲ୍ଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଷୀଙ୍କ ଧାନକିଆରୀକୁ ପାଣି ର ଜରୁରୀ ସମୟରେ କିନ୍ତୁ ଏ ପ୍ରକଳ୍ପ ଗୁଡ଼ିକ ଫେଲ ମାରିଥିବା ଦେଖିବାକୁ ମିଳିଛି l ସୋନପୁର ବ୍ଲକ୍ ଅନ୍ତର୍ଗତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଏହାର ଉଦାହରଣ l ବିଶିମୁଣ୍ଡା, ମଲ୍ଲିକ ମୁଣ୍ଡା ଓ ହରଡ ଖୋଲ ପଂଚାୟତର ଶହ ଶହ ଚାଷୀ ଏହି ପ୍ରକଳ୍ପର ପାଣି ଉପରେ ନିର୍ଭର କରୁଥିବା ବେଳେ ବିଭାଗକୁ ଚାଷୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହା ର ସମାଧାନ ଦିଗରେ ପ୍ରଶାସନ ଧ୍ୟାନ ଦେଉ ନ ଥିବା ଜଣା ପଡିଛି lପ୍ରବଳ ଖରା ଓ ବର୍ଷା ଅଭାବରୁ ଏବେ ଚାରି ଆଡେ଼ ଚାଷ ଜମି ଫାଟି ପଡୁ ଥିବା ବେଳେ ଏ ଅଞ୍ଚଳ ତଥା ସମଗ୍ର ଜିଲ୍ଲାର ଧାନ ଓ କପା ଚାଷୀ କ୍ଷତି ଗ୍ରସ୍ତ ହୋଇଥିବା ଦେଖିବlକୁ ମିଳିଛି l ବାବୁଲୁ, ଚମରୁ, ଲୁକୁ, ଲଖିନ୍ଦ୍ର , ରଞ୍ଜନ, ଡାକ୍ତର , ଅନିରୁଦ୍ଧ ପ୍ରମୁଖ ଆଜି ଏ ଅଞ୍ଚଳର ବହୁ ଚାଷୀ ଉଠା ଜଳସେଚନ ଜିଲ୍ଲା ମୁଖ୍ୟ ପ୍ରକଳ୍ପ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି l ଏ ପ୍ରକଳ୍ପ ଅଧୀନ ରେ କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ୍ ଯୋଗାଯୋଗ କରିବାରୁ ଫୋନ୍ ରେଷ୍ପନ୍ସ କରୁ ନ ଥିବା ପ୍ରକାଶ l ଆସନ୍ତାକାଲି ଏ ଅଞ୍ଚଳର ସାମୂହିକ ଚାଷୀ ମୁଖ୍ୟ ରାଜ ରାସ୍ତାକୁ ଅବରୋଧ କରିବାକୁ ସଜ ବାଜ ହେଉ ଥିବା ଖବର ମିଳିଛି l