-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ଗଣିଆ(ବିଜୟଲଷ୍ମୀ ରାଉତ): ଗଣିଆ ବ୍ଳକ ସଭା ଗୃହରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ,ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ,ତହସିଲଦାର ପ୍ରିତିବାଳା ରଣା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବ୍ୟକ୍ତିଗତ ୩୪ଟି ଅଭିଯୋଗ ଏବଂ ସାମୁହିକ ୮ଟି ଅଭିଯୋଗ ଏଭଳି ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ବିଜୟନଗର ଗ୍ରାମର କ୍ଷେତ୍ରବାସୀ ମଳିକ ଏବଂ ନୟା ମଳିକଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଗଣିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ଲାଗିଥିବା ଷ୍ଟିଟ ଲାଇଟ୍ ଗୁଡିକ ଅଚଳ ହୋଇଯାଇଥିବାରୁ ନୂତନ ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ ସରପଞ୍ଚ ସଂଘ ତରଫରୁ ଅଭିଯୋଗ ହୋଇଥିଲା । ଗଣିଆ ବଜାରରେ ଡ୍ରେନ ସମସ୍ୟା ସମ୍ପର୍କରେ ସଭାପତି ଦାଶରଥି ସାହୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପତୁରିଆ ଠାରେ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ୍ ବିଲ୍ ଛାଡ ଏବଂ ବିଦ୍ୟୁତ୍ ସଂଯୋଗ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ । ରାସନ କାର୍ଡ,ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜନସାଧାରଣ ଅଭିଯୋଗ କରିଥିଲେ । ଛାତ ଘର ଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିବା ନିଜେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଧ୍ୟକ୍ଷାଙ୍କ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ ।